ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା, ୭୫,୦୦୦ ଟପିପାରେ ସୁନା

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଗତ ମାସରେ ଦେଖାଦେଇଥିବା ଉତ୍ତେଜନା ଯୋଗୁଁ ସୁନା ଦର ବଢିଚାଲିଥିଲା । କିନ୍ତୁ ଏହି ଉତ୍ତେଜନା ହ୍ରାସ ପାଇବା ପରେ ସୁନା ଦରବୃଦ୍ଧିରେ ଲଗାମ ଲାଗିଥିଲା । କିନ୍ତୁ ଏବେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ପୁଣି ଥରେ ଅସ୍ଥିରତା ବଢିବାର ଆଶଙ୍କା ରହିଛି । ଏହା ଯୋଗୁଁ ପୁଣି ଥରେ ସୁନାଦର ବଢିବାର ସମ୍ଭାବନା ଦେଖାଦେଇଛି ।
ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଖବର ଆସିବା ପରେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ୧ ପ୍ରତିଶତ ବୃଦ୍ଧି ଘଟିଛି । ବର୍ତ୍ତମାନ ସୁନାର ସ୍ପଟ୍ ମୂଲ୍ୟ ଆଉନ୍ସ ପିଛା ୨୪୩୫ ଡଲାରରେ କାରବାର କରୁଥିବା ବେଳେ ଜୁନ୍ ମାସରେ ସୁନା ଫ୍ୟୁଚର ଆଉନ୍ସ ପିଛା ୨,୪୪୪.୫୫ ଡଲାରରେ ପହଞ୍ଚିଛି। ଏଭଳି ସ୍ଥିତିରେ ଭାରତରେ ବି ସୁନା ଦରରେ ବୃଦ୍ଧି ଘଟିପାରେ । କେତେକ ବଜାର ବିଶେଷଜ୍ଞଙ୍କ ମତରେ ସୁନା ଦର ୧୦ ଗ୍ରାମ ପିଛା ୭୫ ହଜାର ଟଙ୍କା ଟପିବାର ସମ୍ଭାବନା ରହିଛି ।
ଲୋକସଭା ନିର୍ବାଚନ ପାଇଁ ଆଜି ମୁମ୍ବାଇରେ ଇକ୍ୱିଟି ମାର୍କେଟ ବନ୍ଦ ଥିବା ବେଳେ କମୋଡିଟି ମାର୍କେଟ ସନ୍ଧ୍ୟା ୫ଟାରେ ଖୋଲିବ । ଏଭଳି ସ୍ଥିତିରେ ସୁନା ଓ ରୁପା ମୂଲ୍ୟରେ ବ୍ୟାପକ ବୃଦ୍ଧି ସହ ଏମସିଏକ୍ସରେ କାରବାର ହେବାର ସମ୍ଭାବନା ରହିଛି । ଇବ୍ରାହିମ ରାଇସିଙ୍କ ମୃତ୍ୟୁ ବ୍ୟତୀତ ଆମେରିକାରେ ସୁଧ ହାର ହ୍ରାସ ଆଶାରେ ମଧ୍ୟ ସୁନା ଦର ବୃଦ୍ଧି ଦେଖିବାକୁ ମିଳୁଛି ।

nis-ad
Leave A Reply

Your email address will not be published.