ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ

ସମ୍ବଲପୁର: କୁଚିଣ୍ଡାରେ କେନ୍ଦ୍ରମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ କଲେ ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି ପାଣ୍ଡିଆନ । ୧୦ ବର୍ଷରେ କଣ କାମ କରିଛ, ଲୋକଙ୍କୁ ହିସାବ ଦିଅ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ ।

୧୦ ବର୍ଷ ବିଜେପି ସରକାର ରହିଲା । ଦରଦାମ ବଢିଲା, ଏଲପିଜି, ପେଟ୍ରୋଲ, ଡିଜେଲ, ସବୁ ଦର ବଢିଲା । ଏପରିକି ବେରୋଜଗାରୀ ମଧ୍ୟ ବଢିଲା । ଯାହା କହିଥିଲେ ଗୋଟେ ବି କାମ କଲେନି । ଯଦି ଆପଣମାନେ ତାଙ୍କୁ ଆଉ ଥରେ ଆଣିବେ, ତା ହେଲେ ଦରଦାମ ପୁଣି ବଢିବ ବୋଲି କହିଛନ୍ତି ପାଣ୍ଡିଆନ । ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ଆଶୀର୍ବାଦ କରନ୍ତୁ ।

ପ୍ରଣବ ବାବୁ ଚୁପ୍‌ଚାପ କାମ କରନ୍ତି ଓ ୧୦୦ ଗୁଣ ଅଧିକ କାମ କରନ୍ତି । ତେଣୁ ତାଙ୍କୁ ଆଶୀର୍ବାଦ କଲେ ଏ ଅଞ୍ଚଳରେ ବିକାଶ ଜୋରଦାର ହେବ । କିନ୍ତୁ ଆଉ କାହାକୁ ଆଶୀର୍ବାଦ କଲେ, ସେମାନେ ନିଜେ କାମ କରିବେନି, କି ଆଉ କାହାକୁ କରାଇ ଦେବେନି । ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ ବୋଲି କହିଛନ୍ତି ପାଣ୍ଡିଆନ । କୁଚିଣ୍ଡାରେ ୫୦ ହଜାର ଚାଷୀ ଲଙ୍କା ଚାଷ କରନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ କରିବେ । ଶିତଳଭଣ୍ଡାର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହେବ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ।

nis-ad
Leave A Reply

Your email address will not be published.