ବିକଶିତ ଦେଶ ଗଠନ ମୁଖ୍ୟ ଉଦ୍ଦେଶ୍ୟ, ଏଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାନ୍ତୁ: ରାଜନାଥ ସିଂହ

ରେଢ଼ାଖୋଲ: ବିଜେପି କେବଳ କ୍ଷମତାରେ ରହିବାକୁ ରାଜନୀତି କରେନାହିଁ, ବିକଶିତ ଦେଶ ଗଠନ ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାନ୍ତୁ। ଏଭଳି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ସଭାରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଢ଼ାଖୋଲ ବିଜେପି ପିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ବିଜୟୀ କରିବାକୁ ସେ ନିବେଦନ କରିଥିଲେ।
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନୀ ସଭାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉଦବୋଧନ ଦେଇ କହିଛନ୍ତି, ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ଓ ୨୫ ବର୍ଷ ବିଜେଡି ଶାସନ କରିଛି। କିନ୍ତୁ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା, ପହଞ୍ଚି ପାରିନି। ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି।ମାଗଣା ସ୍ବାସ୍ଥ୍ୟସେବା ଲାଗି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଉନି। ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ ଓଡ଼ିଶା ସରକାର। ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ। କିଏ ରତ୍ନଭଣ୍ଡାର ଚାବି ହଜାଇଲା ତାର ତଦନ୍ତ ହେବ।
ସେ ଆହୁରି କହିଛନ୍ତି, ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି। ଏବେ ଅନ୍ତର୍ଜାତୀୟ ମଞ୍ଚରେ ଭାରତ କହିଲେ ସମସ୍ତେ ଧ୍ୟାନ ଦେଇ ଶୁଣୁଛନ୍ତି। ରୁଷିଆ-ୟୁକ୍ରେନ ସଂଘର୍ଷରେ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର ଲାଗି ପୁତିନ ଓ ଜେଲେନସ୍କିଙ୍କ ସହ କଥା ହୋଇ ମୋଦୀ ସାଢ଼େ ୪ ଘଣ୍ଟା ଯୁଦ୍ଧ ରୋକିଥିଲେ। ଏହାଫଳରେ ୨୨ ହଜାର ଛାତ୍ରଛାତ୍ରୀ  ଉଦ୍ଧାର ହୋଇଥିଲେ।

‘ଭାରତ ଆଜି ଦ୍ରୁତ ଗତିରେ ଆଗକୁ ବଢୁଛି। ପୂର୍ବରୁ କଂଗ୍ରେସ ଯେତେ ଥର ସରକାର ଗଢିଛି, ତା’ ପୂର୍ବରୁ ଲୋକଙ୍କୁୁ ଦେଶରୁ ଦାରିଦ୍ର୍ୟ ହଟାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ହେଲେ ପରେ ଭୁଲିଯାଇଛନ୍ତି।  ଏ କ୍ଷେତ୍ରରେ ମୋଦୀ ଦୃଷ୍ଟାନ୍ତମୂଳକ କାମ କରିଛନ୍ତି। ୧୦ ବର୍ଷ ଭିତରେ ମୋଦୀ ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉଦ୍ଧାର କରିଛନ୍ତି । ଏଭଳି ଅନେକ କାମ ଅଛି ଯାରହା ପ୍ରଥମ ଥର ପାଇଁ ମୋଦୀ କରିଛନ୍ତି । କୋଟିି କୋଟି ଗରgବଙ୍କୁ ଘର ଯୋଗାଇ ଦେଇଛନ୍ତି, ଲକ୍ଷଲକ୍ଷ ମା’ଙ୍କୁ ଏଲପିଜି ଯୋଗାଇ ସେମାନଙ୍କୁୁ ଚୁଲିର ଧୂଆଁରୁ ମୁକ୍ତି ଦେଇଛନ୍ତି। ଓଡ଼ିଶାର ଯେତିକି ମହିଳାଙ୍କୁ ଏଲପିଜି ଗ୍ୟାସ ଯୋଗାଇବାର ଲକ୍ଷ୍ୟ ଥିଲା, କେନ୍ଦ୍ରର ସେ ଲକ୍ଷ୍ୟକୁ ପୂରଣ କରିବାକୁ ଦେଲେନି ଓଡ଼ିଶାର ବିଜେଡି ସରକାର’ବୋଲି କହିଛନ୍ତି ରାଜନାଥ ସିଂ।

nis-ad
Leave A Reply

Your email address will not be published.