ଛତିଶଗଡ଼ ପୁଲିସକୁ ପୁଣି ସଫଳତା: ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ପୁଣି ସଫଳତା। ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ବିଶେଷ ସୂତ୍ରରୁ ସୁକମା ପୁଲିସ ଖବର ପାଇଥିବା ଯେ ଏରୋବରା ଓ ପରାମପାଲୀ ଥାନା ଅଂଚଳରେ ନକ୍ସଲ ଗତିବିଧି ରହିଛି। ଏଠାରେ କୋଣ୍ଟା ଏରିଆ କମିଟିର ସଚିବ ବେଟ୍ଟି ମଙ୍ଗଡୁ, ଏରିଆ କମାଣ୍ଡ ଇନ ଚିଫ ହିତେଶ, ମିଲିସିଆ କମାଣ୍ଡ ଇନ ଚିଫ ସୋଡି ଗଜେନ୍ଦ୍ର, ସୋଡି ମଞ୍ଜୁଲା, ଦୁରୋ କୁସି, ଦୁଥି ହୁଙ୍ଗା ସମେତ ୧୫ରୁ ୨୦ ନକ୍ସଲ ବୁଲୁଛନ୍ତି।ଗତକାଲି ରାତିରେ ସୁକମା ପୁଲିସ ସହ ଡିଆରଜି ଯବାନ ଏହି ଅଂଚଳରେ ଚଢାଉ କରିଥିଲେ।
ରାତ୍ରୀର ଅନ୍ଧକାରରେ ଆରଲମପାଲୀ, ବଞ୍ଜାରାପାରା, ପାଲାମଡଗୁ, ତୋଲନାଇ ଭଳି ଗ୍ରାମ୍ୟ ଜଂଗଲରେ ସର୍ଚ୍ଚ ଅପରସନ କରୁଥିଲେ।ତେବେ ସକାଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ପ୍ରାୟ ଅଧଘଣ୍ଟା ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।ଘଟଣାସ୍ଥଳରୁ ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀର ଶବ ଜବତ କରିବା ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ନକ୍ସଲ ଜଣକ ଦୁଧି ଗଙ୍ଗା(୩୫) ବୋଲି ଜଣାପଡିଛି। ଛତିଶଗଡ ସରକାର ମୃତ ନକ୍ସଲ ନାମରେ ୧ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ସୁକମା ଏସପି ୧୦ ହଜାର ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ଆଜି ଅପରାହ୍ନରେ ଯବାନ ଜଂଗଲରୁ ଫେରିଥିଲେ।ମୃତ ନକ୍ସଲ ଦୁଧି ଗଙ୍ଗା ନାମରେ ଦୋରନାପାଲ ଥାନାରେ ୧୪ଟି କେଶ ରହିଥିବା ବେଳେ ଅନ୍ୟ ଥାନାରେ ମଧ୍ୟ କେଶ ରହିଥିବା ପୁଲିସ କହିଛି। ଲଗାତାର ନକ୍ସଲ ଦମନରେ ଛତିଶଗଡ ପୁଲିସ ସଫଳତା ପାଉଥିବାରୁ ଆଉ ଅଳ୍ପ ଦିନରେନକ୍ସଲ ଗଡ ଭୁଷୁଡିବା ଆଶଂକା କରାଯାଉଛି।

nis-ad
Leave A Reply

Your email address will not be published.