ସୀମାନ୍ତରେ ୩୦ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୧୪।୫ : ମାଲକାନଗିରି ଜିଲ୍ଲା ସୀମାନ୍ତ ୩୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର ଛତିଶଗଡର ବିଜାପୁର ଜିଲ୍ଲାର ସୁରକ୍ଷା ବାହିନୀ ନିକଟରେ ୩୦ ମାଓବାଦୀ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩୦ ମାଓବାଦୀଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ରହିଥିବା ବେଳେ ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟଡ଼ଟ ଥିଲେ । ତେବେ ଏହି ମାଓବାଦୀ ମାନେ ପୂର୍ବଉର ବହୁ ବଡ ହିଂସାକାଣ୍ଡରେ ଜଡିତ ରହିବା ସହ ଏମାନଙ୍କ ମଧ୍ୟରେ କିଛି ମାଓବାଦୀ ଅନେକ ହିଂସାକାଣ୍ଡର ନେତୃତ୍ଵ ନେଉଥିବା ମଧ୍ୟ ଜଣା ପଡିଛି । ମାଓ ସଙ୍ଗଠନରେ ରହି ଏହି ମାଓବାଦୀ ମାନେ ଅନେକ ସମୟରେ ବଡ ବଡ କ୍ୟାଡର ମାଓବାଦୀଙ୍କ ଶୋଶୋଣର ଶିକାର ହେଉଥିବା ସହ ସଙ୍ଗଠନ ନିଜର ସତ୍ତ ହରାଉଥିବା ଓ ନିରହି ଲୋକଙ୍କ ଉପରେ ଆକ୍ରମଣ କରୁଥିବାରୁ ଏମାନେ ମାଓ ସଙ୍ଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିପସତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ କରିଥିବା ୩୦ ଜଣ ମାଓବାଦୀଙ୍କ ମଧ୍ୟରୁ ମିଟକି କାକେମ ଓରଫ ସରିତା, ମୁରି ମୁହଣ୍ଡା ଓରଫ ସୁଖମାଟିଙ୍କ ନାମରେ ୮ଲକ୍ଷ ୮ ଲକ୍ଷ ଟଙ୍କାର ଇନାମ ରହିଥିଲା । ସେହିପରି ରଜିତା ଭେଟ୍ଟି, ଦେବା କବାସୀ, ଆୟତା ସୋଡି, ସିନୁ ନାମକ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ଇନାମ ରହିଥିଲା । ଅନୁରୂପକ ଭାବେ ମୁନ୍ନା ହେମଲା, ଆୟୁତୁ ମିଡ଼ିଆମ୍, ଆୟୁତୁ କରାମ୍ ନାମକ ମାଓବାଦୀଙ୍କ ନାମରେ ୧ ଲକ୍ଷ ଟଙ୍କା ଲେଖାଏଁ ଇନାମ ରହିଥିବା ଜଣା ପଡିଛି । ତେବେ ସମସ୍ତ ୩୦ ମାଓବାଦୀ ଆତ୍ମସମର୍ପଣ କରିବା ପରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାସୀ ପ୍ରଦାନ କରିବା ସହ ସରକାରଙ୍କ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.