ଗୋପାଳପୁର ଓ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେଭୋଟରଙ୍କ ସହ ଚାଲିଛି ଅର୍ଥ ର ଖେଳ…..!

ପ୍ରଶାସନ ସାଜିଛି ଧୃତରାଷ୍ଟ୍ର…!!


ବ୍ରହ୍ମପୁର : ୧୨-୫ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରାତି ପାହିଲେ ହେବ। ଗୋପାଳପୁର ଓ ବ୍ରହ୍ମପୁର ରେ ଏବେ ଦୁଇ ପ୍ରମୁଖ ଦଳରେ କେବଳ ଅର୍ଥ ଦେଇ ଭୋଟର ଙ୍କୁ ଆକୃଷ୍ଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।ଏପଟେ ପ୍ରଶାସନ ପକ୍ଷରୁ କଡ଼ା କଡ଼ି ଯାଞ୍ଜ ଚାଲିଛି। ହେଲେ ପୁଳା ପୁଳା ଟଙ୍କା ଏହି ଦୁଇଟି ନିର୍ବାଚନ ମଣ୍ଡଳୀ ରେ କେଉଁ ଗଳାବାଟ ଦେଇ ଆସୁଛି ତାହାର ଟେର ପାଉନି ପ୍ରଶାସନ ନା ସବୁ ଜାଣି ଚୁପ ବସି ଦେଖୁଛି..? । ରାତି ପାହିଲେ ନିର୍ବାଚନ ହେଲେ ମୋଦି ଓ ନବୀନ ଆସି ନିଜର ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରି ଯାଇଥିଲେ କିନ୍ତୁ ଏବେ ପ୍ରକୃତ ଖେଳ ଅର୍ଥର ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଶାସନ ଡାଳ ଡାଳରେ ଗଲେ ନେତା ପତ୍ର ପତ୍ର ରେ ଯିବା ସାର ହୋଇଛି। ଅର୍ଥର ଖେଳ ଆଗରେ ସଚେତନ ଭୋଟର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଜାଗାରେ ଭୋଟର ମାନଙ୍କୁ ଭୋଟ ପାଇଁ ଅନୁରୋଧ କରିବା ବଦଳରେ ବି ମିଳୁଛି ଧମକ ବୋଲି ଶୁଣିବାକୁ ମିଳୁଛି, ଏବଂ ଭୋଟ ନଦେବାକୁ ମଧ୍ୟ ବାରଣ କରାଯାଇଛି l ସଚେତନ ନାଗରିକ ଅଭିଯୋଗ କରିବାକୁ ମଧ୍ୟ ଭୟ କରୁଛନ୍ତି l ତେଣୁ ଅବାଧ ନିର୍ବାଚନ କୁ ନେଇ ସନ୍ଧେହ ଉଙ୍କି ମାରୁଛି l ବ୍ରହ୍ମପୁର ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ଟଙ୍କା ଉଡ଼ୁଛି ବୋଲି ଶୁଣିବାକୁ ମିଳୁଛି l ଗଞ୍ଜାମ ଜିଲ୍ଲାର ଏହି ଦୁଇ ନିର୍ବାଚନ ମଣ୍ଡଳୀ ସ୍ପର୍ଶ କାତର ବୋଲି ଆଗରୁ ସୂଚନା ପାଇଁ ଥିବା ଯୋଗୁଁ ନିର୍ବାଚନ ପୂର୍ବରୁ ଜଣେ ଦକ୍ଷତା ପରିପୂର୍ଣ ଏସ. ପି ଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ବଦଳି କରାଗଲା କିନ୍ତୁ ଏବେ ଅନୁମାନ କରା ଯାଇପାରେ ଏହି ଟଙ୍କା ର ଖେଳ ହୋଇ ପାରି ନଥାନ୍ତା ବୋଲି ପୂର୍ବତନ ପୋଲିସ ଅଧିକାରୀଙ୍କୁ ମିଥ୍ୟା ତଥ୍ୟ ଦେଇ ବଦଳି କରାଗଲା ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ଆଜି ରାତି ହେଉଛି ପ୍ରଶାସନ ପାଇଁ ଚ୍ୟାଲେଞ ଦେଖା ଯାଉ ପ୍ରଶାସନ କଣ କରୁଛି ତାହା ସମୟ ସଫେକ୍ଷ l ଟଙ୍କା ଉଡୁ କିନ୍ତୁ ମୁଣ୍ଡ ନଗଡ଼ୁ..!!

nis-ad
Leave A Reply

Your email address will not be published.