ମୋଦିଙ୍କୁ ନିମନ୍ତ୍ରଣ କଲେ ପାଣ୍ଡିଆନ, କହିଲେ ୯ ତାରିଖ ଆସିବେ

ଭୁବନେଶ୍ୱର,୧୧।୫: ବୀରମିତ୍ରପୁରରେ ପ୍ରଚାର କରୁଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ରହି ବିଜେଡିକୁ ଟାର୍ଗେଟ କରିଥିବାବେଳେ ଏହାକୁ କାଉଣ୍ଟର କରିଛନ୍ତି ପାଣ୍ଡିଆନ । କାଉଣ୍ଟର ଭିତରେ ପ୍ରଧାନମନ୍ତ୍ରୀଙ୍କୁ ସେ ନିମନ୍ତ୍ରଣ କରିଛନ୍ତି ।

ସେ କହିଛନ୍ତି, ଜୁନ ୧୦ ତାରିଖରେ ଭାଜପା ସରକାର ଗଢିବ ବୋଲି ଆପଣ କହିଥିଲେ । ଆମ ମୁଖ୍ୟମନ୍ତ୍ରୀ ତାର ଜବାବ ଦେଲେ। ସେ କହିଥିଲେ, ଭାଜପାର ଅଭ୍ୟାସ ଅଛି ଦିନରେ ସ୍ବପ୍ନ ଦେଖିବା । ଆପଣଙ୍କୁ ବିନମ୍ର ସହ କହିବି ଓଡିଶାବାସୀଙ୍କ ଭଲ ପାଇବା, ଓଡିଶାବାସୀଙ୍କ ସ୍ନେହ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଜୁନ ୯ ତାରିଖରେ ୧୧.୩୦ରୁ ୧ଟା ଭିତରେ ଆମ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଆପଣଙ୍କୁ ଅନୁରୋଧ ରହିଲା ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ଆପଣ ସାମିଲ ହେବେ । ଆଉ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରିବେ। ଓଡିଶା ପାଇଁ ସ୍ପେଶାଲ ପ୍ୟାକେଜ କରିବେ, ଓଡିଶା କୋଲ ରୟାଲଟିକୁ ବୃଦ୍ଧି କରିବେ । ଆପଣ ଆସି ଜୁନ ୯ରେ ଏ ସବୁ ଘୋଷଣା କରନ୍ତୁ । ଓଡିଶାବାସୀ ଖୁସି ହେଲେ ଆପଣ ୪୦୦ ପାର ବି କରିବେ ।

nis-ad
Leave A Reply

Your email address will not be published.