ଦାରିଦ୍ର୍ୟ ଓ ମାନବ ବିକାଶ ନିରୀକ୍ଷଣ ସଂସ୍ଥାର କାହାଣୀ ଭିତ୍ତିକ ମୂଲ୍ୟାଙ୍କନ ନୀତି ଆୟୋଗ ସମ୍ମିଳନୀରେ ପ୍ରସଂଶିତ

ଭୁବନେଶ୍ବର:ଓଡ଼ିଶା ସରକାରଙ୍କ ଦାରିଦ୍ର୍ୟ ଓ ମାନବ ବିକାଶ ନିରୀକ୍ଷଣ ସଂସ୍ଥା (PHDMA) ର ସଦସ୍ୟ ସଚିବ ରୂପା ରୋଶନ ସାହୁ PHDMAର ଗୁଣାତ୍ମକ ନିରୀକ୍ଷଣ ଆଭିମୁଖ୍ୟ କିପରି ନୀତି ନିର୍ଧାରଣରେ ସହାୟକ ହୁଏ, ସେହି ବିଷୟରେ ଭାରତ ସରକାରଙ୍କ ନୀତି ଆୟୋଗର ଉନ୍ନୟନ ନିରୀକ୍ଷଣ ଓ ମୂଲ୍ୟାୟନ କାର୍ଯ୍ୟାଳୟ (DMEO) ପକ୍ଷରୁ ଆୟୋଜିତ ନ୍ୟାସନାଲ କନଫରେନ୍ସ ଫର ମନିଟରିଂ, ଇଭେଲୁଏସନ୍ ଆଣ୍ଡ ଲର୍ଣ୍ଣିଂ (NCEML-2024)ର ତୃତୀୟ ଜାତୀୟ ସମ୍ମିଳନୀରେ ଆଲୋଚନା କରି ପ୍ରଶଂସା ସାଉଁଟିଛନ୍ତି।

ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଥିବା ଏହି ଅଧିବେଶନରେ ଭାଗ ନେଇ “Mastering Monitoring: Insights from State-Adopted Best Practices (Unlocking Efficiency, Transparency, and Accountability for Tomorrow’s Governance)” ବିଷୟରେ କହିବା ଅବସରରେ ସେ PHDMAର କାର୍ଯ୍ୟଶୈଳୀର ଅବତାରଣା କରିଥିଲେ।

“PHDMAରେ, ଆମେ ପ୍ରଭାବ ବୁଝିବା ପାଇଁ ଲୋକ କିମ୍ବା ପରିବାରଠାରୁ ବିବରଣୀ ସଂଗ୍ରହ ଏବଂ ସଂକଳନ କରିଥାଉ । କୌଣସି ଗୋଟିଏ ଯୋଜନା ଦ୍ବାରା ଜନକଲ୍ୟାଣ ହୁଏ ନୁହେଁ; ବରଂ ଏକାଧିକ ଯୋଜନାର ସମୁହ ହସ୍ତକ୍ଷେପରେ ଏହା ସମ୍ଭବ ହୋଇପାରେ । କୌଣସି ପରିବାରରେ କେବଳ ଜଣେ ହିତିଧିକାରୀ ନଥାନ୍ତି ବରଂ ସମସ୍ତ ସଦସ୍ୟ କୌଣସି ନା କୌଣସି ଯୋଜନାର ସୁଫଳ ପାଇଥାନ୍ତି” ବୋଲି ସେ କହିଛନ୍ତି ।

“କୌଣସି ପରିବାରର ଜଣେ ହିତାଧିକାରୀଙ୍କ ବିଷୟରେ ନୁହେଁ, PHDMAର ସଦସ୍ୟମାନେ ଏକାଧିକ ସୂଚନା ସଂଗ୍ରହ କରିଥାନ୍ତି । ପରିବାରର ଏକାଧିକ ହିତାଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କର ଜୀବନ ଅନୁଭୂତି ଶୁଣି ସେମାନଙ୍କ ଚତୁର୍ପାଶ୍ବକୁ ଗଭୀର ଭାବରେ ଅନୁଧ୍ୟାନ କରି ସେମାନଙ୍କ କାହାଣୀ ଓ ଅନୁଧ୍ୟାନକୁ ମିଶାଇ ଆମେ ପ୍ରତ୍ୟେକ ଯୋଜନାର ପ୍ରଭାବ ବିଶ୍ଲେଷଣ କରିଥାଉ । କାହାଣୀ ଯାହା ଆମକୁ କୁହେ ତାହା ପରିସଂଖ୍ୟାନ କହିପାରେ ନାହିଁ ବୋଲି” ଶ୍ରୀମତୀ ସାହୁ ଆଲୋଚନା ବେଳେ କହିଛନ୍ତି ।

ଗୁଣାତ୍ମକ ନିରୀକ୍ଷଣ ବ୍ୟବସ୍ଥାକୁ ଉତ୍ତମ ରୂପେ ଆକଳନ କରି ଆବଶ୍ୟକ ସ୍ଥଳେ ସଂଶୋଧନର ଉପାୟ ଦେଇଥାଏ । କଷ୍ଟକର ସମସ୍ୟାର ସମାଧାନ ପାଇଁ ଜଟିଳ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି ଅନୁଭବ କରି ଲୋକଙ୍କ ନିଜ ଅନୁଭୁତିରୁ ସେମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟାଗୁଡିକର ସମାଧାନ ଖୋଜିବା ପାଇଁ PHDMA ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି । “ପ୍ରଶାସନିକ ପଦକ୍ଷେପ ଲୋକଙ୍କ ଜୀବନକୁ ପ୍ରଭାବିତ କରେ । ସମୃଦ୍ଧି ସଂଖ୍ୟାରେ ନୁହେଁ, କାହାଣୀରେ ଥାଏ, ଯେଉଁ କାହାଣୀ ଆମେ ଦେଖୁ ତାହା ହିଁ କହୁ “ତାହା PHDMAର ଆଭିମୁଖ୍ୟ” ବୋଲି ଶ୍ରୀମତୀ ସାହୁ ଆଲୋଚନାରେ କହିଛନ୍ତି ।

ଓଡିଶାର ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଉନ୍ନୟନ କାର୍ଯ୍ୟକ୍ରମ ହେଉବା ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲା ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (MPI) ରିପୋର୍ଟ ଆଧାରରେ ବିଭିନ୍ନ ଯୋଜନାର ଉପଲବ୍ଧତା ଆକଳନ । ଏସବୁକୁ ଟିମ୍ ଅଧ୍ୟୟନ କରେ ଯାହା ନୀତି ଗଠନ ପାଇଁ ବିଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରିଛି ବୋଲି ସେ କହିଛନ୍ତି । ଏହି ଉପସ୍ଥାପନାକୁ ସମ୍ମିଳନୀରେ ଉପସ୍ଥିତ ସମସ୍ତ ପ୍ୟାନେଲିଷ୍ଟ ଓ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ।

nis-ad
Leave A Reply

Your email address will not be published.