ପୋଖରୀ ପାଣିରେ ବୁଡି ୪ବର୍ଷର ଶିଶୁପୁତ୍ର ମୃତ

ହିଞ୍ଜିଳିକାଟୁ : ମଙ୍ଗଳବାର ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀ ପାଣିରେ ବୁଡି ଜଣେ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଜିତେନ୍ଦ୍ର ପୋଲାଇଙ୍କ ପୁଅ ଆରିୟାନ ପୋଲୋଇ(୪) । ଏ ନେଇ ମୃତକଙ୍କ ଆଇ ମମତା ପୋଲାଇଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ- ୧୨/୨୪ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ପୁଲିସ ମୃତଦେହକୁ ଜବତ କରିଛି । ଶବ ବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ଜୋତ୍ସ୍ନା ସାହୁଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ, ମଙ୍ଗଳବାର ସକାଳେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ଆଇ ମମତା ପୋଲାଇ ଓ ତାଙ୍କ ନାତି ଆରିୟାନ ପୋଲାଇ ସ୍ନାନ କରିବା ପାଇଁ ଗ୍ରାମ ପୋଖରୀକୁ ଯାଇଥିଲେ । ଫୋଖରୀ କୂଳରେ ମହିଳା ଜଣଙ୍କ ଲୁଗା ସଫା କରୁଥିବା ବେଳେ ଶିଶୁପୁତ୍ର ଜଣଙ୍କ ପୋଖରୀକୁ ଗାଧୋଇବା ପାଇଁ ଚାଲି ଯାଇଥିଲେ । ଗାଧୋଉଥିବା ବେଳେ ଅସାବଧାନବଶତଃ ଶିଶୁପୁତ୍ର ଜଣଙ୍କ ପୋଖରୀ ପାଣିରେ ବୁଡି ଯାଇଥିଲେ । ମମତା ନାତିଙ୍କୁ ନଦେଖି ଖୋଜାଖୋଜି କରିବା ବେଳେ ପୋଖରୀ ପାଣିରେ ନାତିର ଚପଲ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଗ୍ରାମର କିଛି ଲୋକ ପୋଖରୀ ପାଣି ଭିତରୁ ଶିଶୁପୁତ୍ରକୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ଆରିୟାନଙ୍କୁ ମୃତ ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.