ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବିଜୟ ନାଏକ

ମୟୂରଭଞ୍ଜ: ବିଜେଡି ଛାଡିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । କରଞ୍ଜିଆରୁ ଟିକେଟ୍ ଆଶାୟୀ ଥିଲେ ହେଲେ ଟିକେଟ୍ ନମଳିବାରୁ ନିରାଶ ହୋଇ ଦଳ ଛାଡିଲେ ବିଜୟ । ଦଳ ଛାଡିବା ପରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଲେ ବିଜୟ ।

ବିଜୟ ପ୍ରଥମେ କରଞ୍ଜିଆ ବ୍ଲକରୁ ନିର୍ଦ୍ବନ୍ଦ୍ଵରେ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯ ରୁ ୨୦୧୪ ଓ ପରେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଟିକଟରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ । ଗତ ବର୍ଷ ଟିକେଟ୍ ନମିଳିବା ସତ୍ତ୍ବେ ସେ ଦଳ ସହ ରହି ସୁପ୍ରିମୋଙ୍କ ଆଦେଶ ଅନୁସାରେ କାର୍ଯ୍ୟ କରିଥିଲେ । କିନ୍ତୁ ଚଳିତଥର ଟିକେଟ୍ ନମିଳିବାରୁ ନିରାଶ ହୋଇ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

୨୦୧୪ ନିର୍ବାଚନ ପାଇଁ କରଞ୍ଜିଆରୁ ମହିଳା ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମକୁ ଟିକେଟ ଦେଇଛି ବିଜୁ ଜନତା ଦଳ ।

nis-ad
Leave A Reply

Your email address will not be published.