ନାମାଙ୍କନ ଭରିଲେ ବିଜେଡି ବିଧାନସଭା ପ୍ରାର୍ଥୀନି ସ୍ନେହାଙ୍ଗିନୀ ଛୁରିଆ

ବରଗଡ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏହାରି ଭିତରେ ନିର୍ବାଚନ ମହୋଲ ମଧ୍ୟ ବେସ ସରଗରମ ହେବାରେ ଲାଗିଛି । କେଉଁଠି ପ୍ରଚାର ଚାଲିଛି ତ ଆଉ କେଉଁଠି ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ ଆଜି ବରଗଡ ଜିଲ୍ଲାରେ ୪୨ ଡିଗ୍ରୀ ଖରାକୁ ଭ୍ରୁକ୍ଷେପ ନ କରି ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅତାବିରା ବିଧାୟିକା ତଥା ଅତାବିରା ବିଜେଡି ବିଧାନସଭା ପ୍ରାର୍ଥୀନି ସ୍ନେହାଙ୍ଗିନୀ ଛୁରିଆ ।

କୋଡିଏ ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ବରଗଡ଼ ନିର୍ବାଚନ ଅଧିକାରୀ ମହେନ୍ଦ୍ର କୁମାର ମହାପାତ୍ରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।

ତେବେ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ହିଁ ତାଙ୍କୁ ପୁଣି ଚଳିତ ନିର୍ବାଚନ ରେ ବିଜୟୀ କରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ନେହାଙ୍ଗିନୀ । ଏହା ସହ ସେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଅତାବିରା ନିର୍ବାଚନ ମଣ୍ଡଳୀ ବାସି ଦୃଢ଼ ସଂକଳ୍ପ ନେଇଥିବା କହିଛନ୍ତି ।

nis-ad
Leave A Reply

Your email address will not be published.