ନିଘୋଡ଼ ନିଦରେ ପୋଲିସ ଖୋଲାରେ ଖାଇ ମେଲାରେ ଚେଇଁ ରହିଛି
ହିଞ୍ଜିଳିକାଟୁ ୨୪/୪ : ଆଗକୁ ନିର୍ବାଚନ , ଅଶାନ୍ତହୋଇପଡ଼ିିଛି ହିଞ୍ଜିଳିକାଟୁ ଅଞ୍ଚଳ। ଗୋଟିଏ ପଟେ ଆଇନ ଶୃଙ୍ଖଳା ପରିସ୍ଥିତି ଗୁରୁତ୍ବ ଦେଉଥିବା କହୁଛି ପୋଲିସ । ଅନ୍ୟପଟେହିଞ୍ଜିଳି ରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିିବାରେ ଲାଗିଛି । ଧୀରେ ଧୀରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଶନିବାର ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳି ଥାନା ଅଧୀନ ହିଞ୍ଜିଳି କେନାଲ ସାହି ଖଦାଳ କୁଳ କୋଠ ଘରେ ପଶି ୧୯ ନଂ ୱାର୍ଡ ଶାନ୍ତି ଭୁଷଣ ମାର୍ଗ ର ବାସିନ୍ଦା ଙ୍କ ମଧ୍ୟରେ ପୁର୍ବ ଶତ୍ରୁତା କୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଶାନ୍ତି ଭୁଷଣ ମାର୍ଗ ର ବାସିନ୍ଦା ଆସି ସଂଘବଦ୍ଧ ଆକ୍ରମଣ କରି ଖଣ୍ଡା ବୁଲାଇ ମାରପିଟ କରିଥିଲେ ଏଥିରେ ଲିପୁ ଦାସ ଓ ଜଗନ ପଟ୍ଟନାୟକ ଗୁରୁତର ଆହାତ ହୋଇଥିଲେ । ଲିପୁ ଦାସ ଙ୍କ ଅଭିଯୋଗ କ୍ରମେ ପୋଲିସ ୩୯୬!୨୪ ରେ ମାମଲା ରୁଜୁ କରି ସୋମବାର ଶାନ୍ତି ଭୁଷଣ ମାର୍ଗ ର ଜିତୁ ବେହେରା, ବନମାଳୀ ନାୟକ ଓ ସୁମନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଅନ୍ୟ ପକ୍ଷରେ ଶାନ୍ତି ଭୁଷଣ ମାର୍ଗ ର ଅଚି ବେହେରା ସୁନାରି ଢିମିରା ସାହିରୁ କାର୍ଯ୍ୟ ସାରି ଫେରୁଥିବା ବେଳେ ଶୈଚାଳୟ ପାଖରେ କେନାଲ ସାହି ର ସଞ୍ଜୟ ଦାସ, ଚିଣ୍ଟୁ ଦାସ ଓ ଲିପୁ ଦାସ ଆକ୍ରମଣ କରିଥିବା ନେଇ ହିଞ୍ଜିଳି ଥାନା ରେ ଅଭିଯୋଗ କରିଛନ୍ତି।ସେହିପରି ହିଞ୍ଜିଳି ଥାନା ନନ୍ଦିକ ଗ୍ରାମରେ ଜଣେ ଚିକେନ ବ୍ୟବସାୟୀଙ୍କ ଉପରେ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରି ମୋବାଇଲ ଓ ୧୦ ହଜାର ରୁ ଉର୍ଦ୍ଧ୍ୱ ଟଙ୍କା ଜୋର ଜବରଦସ୍ତି ନେଇଯାଇଥିବା ବେଳେ ବାଇକକୁ ଲୁହା ରଡରେ ପିଟି ଭାଙ୍ଗି ଦେଇଛନ୍ତି। ଏଥି ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ନନ୍ଦିକ ଦାସ ସାହିର ଚିକେନ ବ୍ୟବସାୟୀ ଜଗା ଦାସ।
ଏଥି ନେଇ ଜଗା ଦାସ ଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ ପରେ ନଂ ୩୯୫/୨୪ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ଅଞ୍ଚଳରେ ବଢୁଥିବା ହିଂସାକାଣ୍ଡ ନେଇ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହୋଇଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ମୋହନାପଲୀ ଗାଁ ରେ ୩ ଜଣ ବ୍ୟକ୍ତି ଜଣକ ଘରେ ପଶି ଗୋଡାଇ ଗୋଡାଇ ହାଣିଲେ । ମୁଣ୍ଡରେ ଗଭୀର ଆଘାତ, ଦେହ ସାରା ମାଡ ଦାଗ । କେବଳ ଏହି ବୃଦ୍ଧ ନୁହଁନ୍ତି ତାଙ୍କ ପୁଅକୁ ବି ଛାଡିଲେନି । ଦେହ ହାତ କାନ୍ଧ ଯୁଆଡେ ଦେଖିଲେ ଖଣ୍ଡାରେ ହାଣି ଲହୁ ଲୁହାଣ କରିଦେଲେ । ଆଉ ଏହି ପୁରା ଘଟଣାର କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ ପଶି ବାପା ଓ ପୁଅକୁ କାତିରେ ହାଣି ଲହୁ ଲୁହାଣ କରିଛନ୍ତି। ଗାଁ ର ପାଖ ପଡେ଼ାଶୀ ଆସି ଯିବାରୁ ଦୁବୃର୍ତ୍ତ ମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଏଥି ନେଇ ଆହତ ସଞ୍ଜୟ ବେହେରା ଥାନାରେ ଅଭିଯୋଗ କରିଛନ୍ତି। ସଞ୍ଜୟ ତାଙ୍କ ବଡ଼ ଭାଇଙ୍କ ପ୍ରରୋଚନାରେ ଏପରି କାଣ୍ଡ ଦୁବୃର୍ତ୍ତ ମାନେ ଘଟାଇଥିବା ଦାବୀ କରିଛନ୍ତି। ଗୋପୀନାଥ ଙ୍କ ପିଠି ଓ ସଞ୍ଜୟଙ୍କ ମୁଣ୍ଡ ରେ ଆଘାତ ହୋଇଛି। ଚିକିତ୍ସା ପରେ ଘଟଣା ନେଇ ସଞ୍ଜୟ ଙ୍କ ଅଭିଯୋଗ କ୍ରମେ ସୋମବାର ହିଞ୍ଜିଳି ଥାନାରେ ନଂ ୪୦୦/୨୪ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ସେହିପରି ସହରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବାବେଳେ ଲୁଟତରାଜ, ରାହାଜାନି ଆଦି ବଢିଚାଲିଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନରେ ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ଧରି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସହ ଚୋରି ରାକେଟ ସକ୍ରିୟ ହୋଇଥିବା ଜଣାଯାଇଛି।
ଗତ ଵୁଧବାର ରାତିରେ ହିଞ୍ଜିଳି ଥାନା ଅନ୍ତର୍ଗତ ପୋଚିଲିମା ଗ୍ରାମର ଏସ ନିରଞ୍ଜନ ଙ୍କ ଘର ସାମନାରେ ଚାବି ପଡ଼ିଥିବା ୨ ଟି ବାଇକକୁ ଦୁବୃର୍ତ୍ତ ମାନେ ଲକ୍ ଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି। ରାତିରେ ଉଭୟ ବାଇକର ଲକ୍ ପକାଇ ଘର ସାମନାରେ ରଖିଥିବା ନିରଞ୍ଜନ ସକାଳେ ସେଗୁଡିକ କେହି ଚୋରାଇ ନେଇଥିବା ଜାଣିବା ପରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଏଥି ନେଇ ଥାନାରେ ନଂ ୩୭୭/୨୪ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ସହରର ବ୍ୟସ୍ତ ବହୁଳ ଅଞ୍ଚଳରେ ବାଇକ ଚୋରି ରାକେଟ ସହ ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆସନ୍ତା ମଇ ୨୦ ତାରିଖରେ ନିର୍ବାଚନ ହେବ । ଏହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ପୋଲିସ ର ନିଷ୍କ୍ରିୟତା ଯୋଗୁଁ ହିଞ୍ଜିଳି ଥାନା ଅଞ୍ଚଳ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ । ଅନେକ ନିଶାସକ୍ତ ଯୁବକ ମାରଣାସ୍ତ୍ର ଧରି ସହରରେ ଘୁରି ବୁଲୁଥିବା ବେଳେ ପୋଲିସ ନୀରବ । ଇତି ମଧ୍ୟରେ ବିଭିନ୍ନ ଗ୍ରୁପ ନାମରେ କିଛି ଯୁବକ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ପୋଲିସ ର ଅପାରଗତା ଯୋଗୁଁ ଅପରାଧୀ ମାନେ ଆଉ କାହାକୁ ଖାତିର କରୁ ନ ଥିବା ଦେଖିବାକୁ ମିଳୁଛି ।