ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ଭୋଟରଙ୍କୁ ନିର୍ବାଚନ ଆୟୋଗର ଆବେଦନର ଭିଡିଓ ଅନୁଯାୟୀ, ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଭାଗ ନେବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି। ଗଣତନ୍ତ୍ରରେ ଭୋଟ ଦେବାର ଗୁରୁତ୍ୱ ଉପରେ ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ହେଉଛି ଦେଶର ଗଣତନ୍ତ୍ରର ସବୁଠାରୁ ସୁନ୍ଦର ଅଭିବ୍ୟକ୍ତି। ଭୋଟ ଅଭିଜ୍ଞତାକୁ ଶାନ୍ତିପୂର୍ଣ୍ଣ, ଆରାମଦାୟକ ଏବଂ ଉପଭୋଗ୍ୟ କରିବା ପାଇଁ ଭାରତର ନିର୍ବାଚନ ଆୟୋଗ (ECI) କଠିନ ପରିଶ୍ରମ କରିଛି।

ସାଧାରଣ ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୯ରେ ୧୦୨ ଟି ସଂସଦୀୟ ନିର୍ବାଚନମଣ୍ଡଳୀ (ଜେନେରାଲ- ୭୩; ଏସଟି-୧୧; ଏସସି-୧୮) ଏବଂ ୨୧ ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ୯୨ ଟି ବିଧାନସଭା ନିର୍ବାଚନ ପାଇଁ ଗୋଟ ଗ୍ରହଣ କରାଯିବ। ଅରୁଣାଚଳ ଏବଂ ସିକ୍କିମରେ ମଧ୍ୟ ଏକକାଳୀନ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିରେ ସମସ୍ତ ପର୍ଯ୍ୟାୟ ତୁଳନାରେ ସଂସଦ ନିର୍ବାଚନମଣ୍ଡଳୀ ସଂଖ୍ୟା ସର୍ବାଧିକ। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସା ୬ଟାରେ ଶେଷ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ୧୮ ଲକ୍ଷରୁ ଅଧିକ ମତଦାନ ଅଧିକାରୀ ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟିରୁ ଅଧିକ ଭୋଟରଙ୍କୁ ସ୍ବାଗତ କରିବେ। ଏଥିପାଇଁ ୧.୮୭ ଲକ୍ଷ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ଭୋଟରଙ୍କ ମଧ୍ୟରେ ୮.୪ କୋଟି ପୁରୁଷ ଅଛନ୍ତି, ୮.୨୩ କୋଟି ମହିଳା ଏବଂ ୧୧.୩୭୧ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ପ୍ରଥମ ଥର ପାଇଁ ୩୫.୬୭ ଲକ୍ଷ ଭୋଟର ଭୋଟ ଦେବାକୁ ଯାଉଛନ୍ତି। ୨୦-୨୯ ବର୍ଷ ବୟସ ବର୍ଗରେ୩.୫୧ କୋଟି ଯୁବ ଭୋଟର ଅଛନ୍ତି ।

nis-ad
Leave A Reply

Your email address will not be published.