ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୨୩ ତାରିଖରେ ହେବ ଭାଗ୍ୟ ପରୀକ୍ଷା

ଫୁଲବାଣୀ,୧୮ା୪ : ଫୁଲବାଣୀ ପୌରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ, ପୌରାଂଚଳର ୧୧ ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହି ବିଷୟରେ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଓ କାଉନସିଲର ରାଜେନ୍ଦ୍ର ପାଢୀଙ୍କ ସମେତ ଅନ୍ୟ କାଉନସିଲର ମାନେ କନ୍ଧମାଳ ଜିଲ୍ଲାପାଳଙ୍କୁ ଗତ ୧୦ ତାରିଖରେ ଚିଠି ଜରିଆରେ ଜଣାଇଛନ୍ତି । ପୌରାଧ୍ୟକ୍ଷାଙ୍କର ବିରୋଧରେ ଦୁର୍ନିତି, ଅନିୟମିତତା,ମନମୁଖୀ କାର୍ଯ୍ୟକଳାପ, କାଉନସିଲର ମାନଙ୍କ ଦୁର୍ବ୍ୟବହାର ଓ ଅଣଦେଖା କରୁଥିବା ଭଳି ଅଭିଯୋଗ ଆଣିଛନ୍ତି । ମୁନିସିପାଲିଟି ଆଇନ୍ ୧୯୫୦ ଧାରା ୫୪(୧) ଅନୁସାରେ ଏହି ଅଭିଯୋଗ ଜରାଯାଇଛି । ଅଭିଯୋଗ ଅନୁସାରେ ଆସନ୍ତା ୨୩ ତାରିଖ ଦିନ ୧୦ଟା ବେଳେ ପୌରପରିଷଦ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ ଉପସ୍ଥିତିରେ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ଏହି ବାବଦରେ ଶୁଣାଣି କରାଯିବା ସହିତ ଆବଶ୍ୟକ ସ୍ଥଳେ ଦିନ ୧୨ଟା ବେଳେ ଭୋଟ ଗ୍ରହଣ କରାଯାଇ ୧୨ ଟା ୩୦ ମିନିଟରେ ଫଳାଫଳ ଘୋଷଣା କରାଯିବା ନେଇ କନ୍ଧମାଳ ଜିଲ୍ଲାପାଳ ଫୁଲବାଣୀ ୱାର୍ଡ ନମ୍ବର ୮ ର କାଉନସିଲର ରାଜେନ୍ଦ୍ର ପାଢୀଙ୍କୁ ଚିଠି ଜରିଆରେ ଜଣାଇଛନ୍ତି । ପୌର ନିର୍ବାଚନରେ ବିଜୁ ଜନତା ଦଳର ପ୍ରର୍ଥିନୀ ପୂନମ କହଁରଙ୍କୁ ହରାଇ ବିଜୟ ହାସଲ କରିବା ପରେ ଗତ ୨୦୨୨ ମସିହା ମାର୍ଚ୍ଚ ମାସ ୩୦ ତାରିଖରେ ପୌରାଧ୍ୟକ୍ଷା ଭାବରେ ଦାୟୀତ୍ୱ ଗ୍ରହଣ କରିଥିଲେ ସ୍ମିତାରାଣୀ ମହାନ୍ତି । ତେବେ ୨୩ ତାରିଖରେ କାଉନସିଲର ମାନେ ମାନଅଭିମାନ ରାଗରୁଷାକୁ ଭୁଲି ତାଙ୍କୁ ସମର୍ଥନ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ପୌରାଧ୍ୟକ୍ଷା ।

nis-ad
Leave A Reply

Your email address will not be published.