ବାଇକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ

ନୂଆପଡା: ବାଇକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ । ନୂଆପଡା ଜିଲ୍ଲା ସିନାପାଲି ଥାନା ସାଲେବିହିଡି ହନୁମାନ ଛକ ବିଜୁ ଏକ୍ସପ୍ରେସ ୱେ ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

ମୃତକ ଦ୍ବୟ ହେଲେ ସ୍ଥାନୀୟ ବୈଗାପଡା ଗ୍ରାମର ଦୁର୍ଯ୍ୟୋଧନ ନେତାମ ଓ ଫକୀର ମୋହନ ବାଗ । ଉଭୟ ଆଜି ରାସ୍ତାର ଅପରପାଶ୍ବରୁ ଆସୁଥିବାବେଳେ ଏକ ପିକଅପ ଧକ୍କା ଦେଇଥିଲା । ଏହାପରେ ଘଟଣାସ୍ଥଳରୁ ପିକଅପ ଭ୍ୟାନ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଛି ।

ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.