ଗଞ୍ଜାମ ଜିଲ୍ଲାରେ ୩ ବିଧାନସଭା ଆସନ ରେ ପ୍ରାର୍ଥୀ ରିପିଟ କରି ଚକ୍ରବ୍ୟୁହ ରେ ବିଜେଡ଼ି…!

କ୍ରସ ଭୋଟିଙ୍ଗ ର ସମ୍ଭାବନା ଅଧିକ…!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ପୋଲସରା ଓ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଏବେ ବିଜେଡ଼ି ର ଅଡୁଆ ଦିନକୁ ଦିନ ବଢି ଯାଇଥିବା ଦେଖିବାକୁ ମିଳୁଛି। ବିଜେଡ଼ି ପାଇଁ ଗଳାର କଣ୍ଟା ଭାବେ ଖଲ୍ଲିକୋଟ ରେ ସୂର୍ଯ୍ୟମଣି ବୈଦ୍ୟ, ପୋଲସରା ରେ ଶ୍ରୀକାନ୍ତ ସାହୁ, ଓ ଆସିକା ରେ ମଞ୍ଜୁଳା ସ୍ୱାଇଁ ଙ୍କ ଯୋଗୁଁ ଦଳ ଅଡୁଆରେ ପଡିଥିବା ଚର୍ଚ୍ଚା ହେଉଛି। ଏହି ତିନିଜଣ ପ୍ରାର୍ଥୀ ତୀବ୍ର ବିରୋଧ ର ସମ୍ମୁଖୀନ ହୋଇଛନ୍ତି, ସବୁ ଜାଣି ବି ଦଳ ତାଙ୍କୁ ଟିକଟ ଦେଇଛି ଯାହାକି ବିଜେଡି କୁ ବହୁ ମୂଲ୍ୟ ଦେବାକୁ ପଡିପାରେ l ଖଲ୍ଲିକୋଟ ରେ ସୁଜ୍ଞାନୀ ଲିଗାସୀ, ପୋଲସରା ରେ ଆରତୀ ଓ ସଂଯୁକ୍ତା ଆସିକା ରେ କଭି ଖୁସି କଭି ଗମ ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏଭଳି ଅବସ୍ଥା ବିଜେଡ଼ି ରେ ଦୀର୍ଘ ବର୍ଷ ହେଲା ଦେଖିବାକୁ ମିଳିନଥିଲା। ଏଥର କିନ୍ତୁ ପାଣି ପାଗ ପୁରା ଓଲଟା ହୋଇଛି। ଏହାର ଫାଇଦା ଖଲ୍ଲିକୋଟ ରେ ବିଜେପି, ପୋଲସରା ରେ ବିଜେପି ଆସିକାରେ କଂଗ୍ରେସ କିମ୍ବା ସ୍ୱାଧୀନ ଉଠାଇବେ ବୋଲି ଅଙ୍କ କଷା ଆରମ୍ଭ ହୋଇ ଗଲାଣି। ପୁଣି ରିପିଟ କରିବା ଏଥର ଏହି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି କୁ ମହଙ୍ଗା ପଡ଼ିବ ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି। ଏହି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ର ସଂସଦୀୟ ପ୍ରାର୍ଥୀନୀ ରଞ୍ଜିତା କୁଆଡ଼େ ପଛରେ ପଡିଯିବେ ବୋଲି ମଧ୍ୟ ଏବେ ଠାରୁ ଚର୍ଚ୍ଚା ହେଲାଣି। ଏଭଳି ପରିସ୍ଥିତି ରେ ଖଲ୍ଲିକୋଟ, ପୋଲସରା, ଆସିକା ରେ ଟିକେଟ ହାତେଇଥିବା ପ୍ରାର୍ଥୀ ଙ୍କ ନିକଟରେ ଆଗ ଧାଡ଼ିର ନେତାଙ୍କ ଦେଖା ମୁଳୁନାହିଁ। ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବା ପୂର୍ବରୁ ଋଷିଥିବା କର୍ମୀ ଓ ନେତା ମାନଙ୍କୁ ବୁଝା ସୁଝା କରିବା ପାଇଁ ବାର ଦ୍ୱାର ଶୁଣ୍ଢୀ ପିଣ୍ଢା ହେବାକୁ ପଡ଼ୁଥିବା ଦେଖି ବାକୁ ମିଳୁଛି। ନାମାଙ୍କନ ପରେ କେଉଁ ପାଣି କେଉଁ କୂଳକୁ ଯାଉଛି ଦେଖିବାକୁ ବାକି ରହିଲା। କିନ୍ତୁ ଏହା ସ୍ପଷ୍ଟ ଚିତ୍ର ଏହାଯେ ପାଉଁଶ ତଳର ନିଆଁ ଭଳି ବିଦ୍ରୋହ କୁହୁଳୁଛି କେତେବେଳେ ବି କିଛି ଘଟି ପାରେ l ପୋଲିସ ଟିକିଏ ଆଖି ବୁଝି ଦେଲେ ରକ୍ତ ପାତ ବି ହୋଇପାରେ ଏବଂ କିଛି ମୁଣ୍ଡ ବି ଗଡ଼ିବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି l ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ପୋଲସରା ଏବଂ ଆସିକା ନିର୍ବାଚନ ମଣ୍ଡଳୀ ଅତି ରୁ ଅତି ସ୍ପର୍ଶ କାତରତା କ୍ଷେତ୍ର ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡିଛି ଅଞ୍ଚଳ ର ଲୋକେ ଭୟଭୀତ ଅବସ୍ଥା ରେ ରହୁଛନ୍ତି l ପଡୋଶୀ ରାଜ୍ୟରେ ଦାଦନ ଖଟିବାକୁ ଯାଇ ଥିବା ଲୋକଙ୍କୁ ଡାକରା ଆସିଲାଣି ଇତିହାସ ବି ସାକ୍ଷୀ ଅଛି ଏହି ମାନେ ଅଞ୍ଚଳ ରେ କିଛିବି ଅପ୍ରୀତି କର ଘଟଣା ଘଟାଇ ରାଜ୍ୟ ବାହାରକୁ ଚାଲିଯିବେ ତେଣୁ ଜିଲ୍ଲାର ପୋଲିସ ପ୍ରଶାସନ ସଜାଗ ରହିବା ଜରୁରୀ ବୋଲି ସାଧାରଣ ରେ ଅଭିଯୋଗ ଆସୁଛି l ଏହି ୩ ନିର୍ବାଚନ ମଣ୍ଡଳୀ ରେ ମଦ ଓ ଟଙ୍କା ର ବର୍ଷା ହେବ ପ୍ରାର୍ଥୀ ମାନେ କଳ, ବଳ, ଓ କୌଶଳ ଅବଲମ୍ବନ କରିବେ ଏବଂ ଭୋଟ ପାଇଁ କିଛି ବି କରି ପାରନ୍ତି l ତେଣୁ ଏହି ବିଧାନସଭା କ୍ଷେତ୍ର ପ୍ରତି ଜିଲ୍ଲାର ପୋଲିସ ପ୍ରଶାସନ ସଜାଗ ରହିବା ଜରୁରୀ ବୋଲି ସମୀକ୍ଷକ ଓ ସାଧାରଣ ରେ ଚର୍ଚ୍ଚା ହେଉଛି… I

nis-ad
Leave A Reply

Your email address will not be published.