ଆପକୁ ୨୫କୋଟି ଦିଅ, ନଚେତ୍ ପରିଣାମ ଭଲ ହେବନି; ଅରୋବିନ୍ଦ ଫାର୍ମାକୁ ଏଭଳି ଧମକ ଦେଉଥିଲେ କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ମାସରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତ୍ରୀ କେ କବିତାଙ୍କୁ ତିନି ଦିନ ପାଇଁ ସିବିଆଇର ହେପାଜତକୁ ପଠାଇ ଦିଆଯାଇଛି। କୁହାଯାଉଛି ଯେ, ଶୁକ୍ରବାର କଷ୍ଟଡି ପାଇଁ କରାଯାଇଥିବା ଆବେଦନର ଶୁଣାଣି ବେଳେ ସିବିଆଇ ପକ୍ଷରୁ କବିତାଙ୍କ ଉପରେ ଗମ୍ଭୀର ଆରୋପ ଲଗାଯାଇଥିଲା।
ସିବିଆଇ କହିଥିଲା ଯେ, ଆମ ଆଦମୀ ପାର୍ଟିକୁ ୨୫କୋଟି ଟଙ୍କା ଦେବା ପାଇଁ କବିତା ଅରୋବିନ୍ଦ ଫାର୍ମା ପ୍ରମୋଟର ଶରତ ଚନ୍ଦ୍ର ରେଡ୍ଡୀଙ୍କ ଉପରେ ଚାପ ପକାଇଥିଲେ। କବିତା, ଶରତ ରେଡ୍ଡୀଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଦିଲ୍ଲୀର ନୂତନ ମଦ ନୀତି ଅନୁଯାୟୀ ୫ଟି ଖୁଚୁରା ଜୋନ୍ ଚାହୁଁଛନ୍ତି, ତେବେ ତାଙ୍କୁ ଆପକୁ ୨୫କୋଟି ଟଙ୍କା ଦେବାକୁ ପଡିବ। ଯଦି ସେ ଏଭଳି ନକରନ୍ତି ତେବେ ‌ତେଲେଙ୍ଗାନା ଏବଂ ଦିଲ୍ଲୀରେ ଥିବା ତାଙ୍କ ବ୍ୟବସାୟକୁ ନଷ୍ଟ କରିଦିଆଯିବ।

ଉଲ୍ଲେଖଯୋଗ୍ୟ, ଇଡି ଦ୍ୱାରା ଅନୁସନ୍ଧାନ କରାଯାଉଥିବା ଦିଲ୍ଲୀର ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଶରତ ରେଡ୍ଡୀ ଜଣେ ଅଭିଯୁକ୍ତ ଥିଲେ। ପରେ ସେ ସରକାରୀ ସାକ୍ଷୀ ହୋଇଥିଲେ। ସିବିଆଇ ଏପର୍ଯ୍ୟନ୍ତ ଏହି ମାମଲାରେ ରେଡ୍ଡୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିନାହିଁ।

nis-ad
Leave A Reply

Your email address will not be published.