ଚୀନ୍‌ ଗୋଟିଏ ଇଞ୍ଚ ଜମି ମଧ୍ୟ ଜବରଦଖଲ କରିପାରିବ ନାହିଁ: ଶାହା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଅମଳରେ ଚୀନ୍‌ ଭାରତର ଗୋଟିଏ ଇଞ୍ଚ ଜମି ମଧ୍ୟ ଜବରଦଖଲ କରିପାରିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହା ଦାବି କରିଛନ୍ତି ଯେ ୧୯୬୨ ଚୀନ୍‌ ଆକ୍ରମଣ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆସାମ ଓ ଅରୁଣାଚଳ ପ୍ରଦେଶକୁ କିପରି ‘ବାୟ ବାୟ’ କହିଥିଲେ ତାହା ଲୋକମାନେ କେବେ ବି ଭୁଲି ପାରିବେ ନାହିଁ।

ଲକ୍ଷ୍ମୀପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏବେ କିନ୍ତୁ ସମୟ ବଦଳି ଯାଇଛି। କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବାଂଲାଦେଶ ସହ ଦେଶର ସୀମାକୁ ସୁରକ୍ଷିତ ରଖିଛନ୍ତି ଏବଂ ଅନୁପ୍ରବେଶ ରୋକିଛନ୍ତି।

ଏପରି ସ୍ଥିତିରେ ଚୀନ ଯଦି ଭାରତ ସହିତ କୌଣସି ପ୍ରକାରର ଚଞ୍ଚକତା କରି ଭାରତର ଜମିକୁ ଜବରଦଖଲ କରିବାର ଅପଚେଷ୍ଟା କରେ ତେବେ ଏଥିପାଇଁ ଚୀନ୍‌କୁ ବହୁମୂଲ୍ୟ ଦେବାକୁ ପଡ଼ିବ ଏବଂ କରିଥିବା ଭୁଲର ପ୍ରାୟଶ୍ଚିତ କରିବା ପାଇଁ ମଧ୍ୟ ଚୀନ୍‌କୁ କୌଣସି ପ୍ରକାରର ସୁଯୋଗ ଓ ସମୟ ମିଳିବ ନାହିଁ ବୋଲି ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରି ଦେବା ସହ ଚୀନ୍‌ ନିଜର ସୀମା ଲଂଘନ ନ କରିବାକୁ ପରାମର୍ଶ ଦେଇଛନ୍ତି।

nis-ad
Leave A Reply

Your email address will not be published.