ହିଞ୍ଜିଳିକାଟୁ ୯/୪ : ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ ହେଉଛି। ଅନେକ ଜାଗାରେ ସ୍ୱଚ୍ଛ ଭାରତ ପାଇଁ ଆସୁଥିବା ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ପରିବେଶ ,ଜଳାଶୟ ଓ ନଦୀ ବି ପ୍ରଦୂଷିତ ହେବାର ଦେଖାଯାଉଛି। ସେଭଳି ଘଟଣା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମୁନିସୀପାଲଟି ଏମ ସିସି ନିକଟ ଭଗବତୀ ମନ୍ଦିର ନିକଟରେ ଘୋଡାହାଡ ନଦୀରେ । ଘୋଡାହାଡ ନଦୀ ହିଞ୍ଜିଳିକାଟୁ ର ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ।ନଦୀଟି ଆବର୍ଜନା କୁଣ୍ଡ ପାଲଟିଛି। ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ ଅଳିଆ ଆବର୍ଜ୍ଜନା କୁ ନେଇ ନଦୀ ମଧ୍ୟରେ ପକାଯାଉଛି।ନଦୀଟି ଆବର୍ଜନା କୁଣ୍ଡ ପାଲଟିବା ଯୋଗୁଁ ସ୍ନାନ କଲେ ଦେହ ହାତ କୁଣ୍ଡେଇ ହେବା ସହ ବିଭିନ୍ନ ଚର୍ମ ରୋଗ ହେଉଛି। ନଦୁର ଜଳ ଜହର ପାଲଟିବା ଦେଖିବାକୁ ମିଳିଛି। ହିଞ୍ଜିଳିକାଟୁ ପୌରପରିଷଦ ଏକ ନମ୍ବର ମାନ୍ୟତାପ୍ରାପ୍ତ କୌଶଳ ଆପଣାଇବା ସହ ଏମସିସି ଓ ଆବର୍ଜନା ପୃଥକି କରଣ କରିବାକୁ ସରକାରୀ ଅର୍ଥ ଖର୍ଚ୍ଚ ହୋଇସାରିଛି ଓ ପ୍ରୟୋଗଶାଳା ଦେଖିବାକୁ ନେତା ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ପ୍ରସାଶନିକ ଅଧିକାରୀ ମାନେ ଏହାକୁ ବୁଲି ଦେଖିଥିଲେ । ଅଥଚ ବାସ୍ତବରେ ବିଫଳତା ବୋଲି ସାଧାରଣ ରେ ଆଲୋଚନା ହେଉଛି।
ହିଞ୍ଜିଳିକାଟୁ ପୌରପରିଷଦ ର ୨୧ଗୋଟି ୱାର୍ଡ ର ଆବର୍ଜନା ଟ୍ରାକ୍ଟର ଯୋଗେ ସଂଗ୍ରହ କରି ନଦୀ ମଧ୍ୟରେ ପକାଯାଉଛି । ଏହା ବ୍ୟତୀତ ବାହାରୁ ଅନେକ ଟ୍ରକ ଓ ଅଟୋ ଯୋଗେ ବିଭିନ୍ନ କମ୍ପାନୀ ର ଅଦରକାରୀ ଓ ଏକ୍ସପାଏରି ପୁଟି ପାଉଡର, କେମିକାଲ ଡବା,ଧଳା ସିମେଣ୍ଟ,ବୋତଲ ଆଦି କୋର୍ଟ ନିକଟରେ ଘୋଡାହଡ ନଦୀରେ ପକାଉଛନ୍ତି।ଅଥଚ ଟ୍ରାକ୍ଟର ଯୋଗେ ଅନ୍ୟ ଆବର୍ଜନା କୁଣ୍ଡରୁ ଆବର୍ଜନା ସଂଗ୍ରହ ହେଉଥିବା କାହାର ଦୃଷ୍ଟି ଗୋଚର ହେଉନଥିବା ଅଭିଯୋଗ ହେଉଛି। ସହରର ଆବର୍ଜନା ରେ ସମ୍ପୂର୍ଣ୍ଣ ଭାବେ ପ୍ରଦୁଷିତ ହୋଇଯାଇଛି ଏହାର ପାଣି।ନଦୀଜଳ ପ୍ରଦୁଷିତ ହେବାରୁ ରକ୍ଷା ପାଇବା ପାଇଁ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପଦକ୍ଷେପ ନେବାକୁ ଦାଵି ହେଉଛି।ଯଥାଶିଘ୍ର ଘୋଡାହାଡ ନଦୀ ପ୍ରଦୁଷଣ ମୁକ୍ତ କରିବା ପାଇଁ ପଦକ୍ଷେପ ନନେଲେ ଆଗକୁ ଘୋଡାହାଡ ନଦୀ ତାର ସତା ହରାଇବ । ଜିଲ୍ଲା ସ୍ତରରେ ସ୍ୱାଚ୍ଛ ଭାରତ ତଦାରଖ କରୁଥିବା ଅଧିକାରୀ ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।