ଫୁଲବାଣୀ : ସ୍ଥାନୀୟ ଲୋକଙ୍କ ପ୍ରତିି ବେଖାତିର ମନୋଭାବ ନେଇ ଟିକେଟ ଦେଇନଥିବା ଭାରତୀୟ ଜନତା ପାର୍ଟିରୁ ଅଧିକାଂଶ ପୁରୁଖା କର୍ମୀଙ୍କ ଦଳ ତ୍ୟାଗ ଏବଂ ସଦସ୍ୟ ପଦରୁ ଇସ୍ତଫା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l କିଛି ଦିନ ତଳେ ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ ଇସ୍ତଫା ଦେଇଥିବା ବେଳେ
ଆଉ ଜଣେ ଲୋକ ସଂଗଠକ ବିଭିନ୍ନ ଅନୁଷ୍ଠାନ ର ସଭାପତି, ସମ୍ପାଦକ ଓ ଆଇନ ପରାମର୍ଶଦାତା ଭାବେ ପରିଚିତ ତଥା ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା ସେ ବିଜେପି ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି l ତାଙ୍କର ଇସ୍ତଫା ପତ୍ର ବିଜେପି ରାଜ୍ଯ ସଭାପତି ମନମୋହନ ସାମଲଙ୍କ ନିକଟକୁ ମେଲ ଜରିଆରେ ପ୍ରେରଣ କରିଛନ୍ତି l ଲିଖିତ ପତ୍ରରେ ଉଲ୍ଲେଖ ଅଛି ଯେ ଦୁଃଖର ସହିତ କାହାକୁ ଦୋଷାରୋପ ନ କରି ସେ ଭାରତୀୟ ଜନତା ପାର୍ଟି ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ।
ଦୀର୍ଘ ବର୍ଷ ପାର୍ଟି ଉନ୍ନତି ପାଇଁ ତଥା ପାର୍ଟି ଜରିଆରେ କନ୍ଧମାଳ ବାସୀ ଓ କନ୍ଧମାଳ ମାଟିର ଉନ୍ନତି ପାଇଁ ଦଳ ଦେଇଥବା ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଦାୟିତ୍ବ ନିଷ୍ଠାର ସହିତ ପାଳନ କରିଛି। ସେଥିପାଇଁ ସେ କୃତଜ୍ଞ ହେଲେ ଦଳ ଆଜକୁ ଚାରିବର୍ଷ ହେବ ମୋର ସେବା ଓ କାର୍ଯ୍ୟ ଆବଶ୍ୟକ ନ ଥିବାର ସେ ହୃଦୟଙ୍ଗମ କଲେ । ତେଣୁ ଆଗକୁ ବଢିବା ପାଇଁ ସ୍ଥିର କରିଛନ୍ତି । କନ୍ଧମାଳ ବାସୀଙ୍କ ବିକାଶରେ ନିଜର କାର୍ଯ୍ୟକୁ ବଜାଇ ରଖିବେ ବୋଲି କହିଛନ୍ତି । ସେହିପରି ଆଉଜଣେ ଓ ବି ସି ସଂଗଠକ ତଥା ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ନୂଆପଦର ମଣ୍ଡଳ ଫିରିଙ୍ଗିଆର ପ୍ରେମାନନ୍ଦ ମାଝୀ ମଧ୍ଯ ଆଜି ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି l ସେ ତାଙ୍କର ଇସ୍ତଫା ପତ୍ର ବିଜେପି ରାଜ୍ଯ ସଭାପତି ନିକଟକୁ ପ୍ରେରଣ କରିଛନ୍ତି l ସେଥିରେ ଉଲ୍ଲେଖ କରିଛନ୍ତି ଯେ ଦୀର୍ଘ ବର୍ଷ ପାର୍ଟି ଉନ୍ନତି ପାଇଁ ତଥା ପାର୍ଟି ଜରିଆରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଉନ୍ନତି ପାଇଁ ତଥା ଦଳକୁ ସୁଦୃଢ କରିବା ପାଇଁ ଦୀର୍ଘ ବର୍ଷ ହେଲା ସଂଙ୍ଗଠନ କାର୍ଯ୍ୟ କରି ଆସୁଥିଲେ । ନୂଆପଦର ମଣ୍ଡଳର କୃଷକ ମୋର୍ଚ୍ଚା ସଭାପତି ହିସାବରେ ଦାୟିତ୍ଵ ତୁଲାଇ ଥିଲି । ହେଲେ ଆଜକୁ ପାଞ୍ଚ ବର୍ଷ ହେବ ମୋର ସେବା ଓ କାର୍ଯ୍ୟ ଆବଶ୍ୟକ ନ ଥିବା ସେ ହୃଦୟଙ୍ଗମ କଲେ । ଯାହାକି ତାଙ୍କର ସମ୍ମାନ ପ୍ରତି ଆଘାତ କଲା । ତେଣୁ ଦଳ ଛାଡିବାକୁ ସ୍ଥିର କଲେ । ଫିରିଙ୍ଗିଆ ଅଂଚଳବାସୀଙ୍କ ବିକାଶରେ ନିଜର କାର୍ଯ୍ୟକୁ ବଜାଇ ରଖିବେ ବୋଲି କହିଛନ୍ତି ।