ପ୍ରବଳ ଖରା ଯୋଗୁ ସ୍କୁଲ ସମୟ ପରିବର୍ତ୍ତନ ଦାବି

ଫୁଲବାଣୀ: ଅସହ୍ୟ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ଶିକ୍ଷକ ସଙ୍ଘ ପକ୍ଷରୁ ସମୟ ନିର୍ଘଣ୍ଟ ବଦଳାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଜରିଆରେ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି l କୁନି କୁନି ପିଲାମାନେ ଦିନ ୧୧:୩୦ ବେଳେ ଘରକୁ ଫେରିଲା ବେଳକୁ ଝାଳ ରେ ଅସ୍ତ ବ୍ୟସ୍ତ ହୋଇ ପଡୁଛନ୍ତି l ଏବେ ଦୁଇ ତିନି ଦିନ ହେବ ପ୍ରବଳ ଗରମ ଯୋଗୁ ସକାଳ ଦଶଟା ସମୟରେ ଘରୁ ବାହାରକୁ ବାହାରି ହେଉନାହିଁ l ଧୀରେ ଧୀରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି l ଅନ୍ୟପଟେ ପାଣି ପାଗ ବିଭାଗ ପକ୍ଷରୁ ମଧ୍ୟ ଏ ନେଇ ସତର୍କ ସୂଚନା ଦିଆଯାଇଛି । ତେଣୁ ସମୟ ସାରଣୀକୁ ପରିବର୍ତ୍ତନ କରି ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରିବା ନିମନ୍ତେ ଶିକ୍ଷକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରି ଏସମ୍ପର୍କରେ ବିଚାର କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ ସଙ୍ଘ କର୍ମକର୍ତ୍ତାଙ୍କୁ ଜଣାଇଛନ୍ତି ।ଗୁରୁବାର ୩୬ ଡିଗ୍ରୀ ପରେ ଥିବା ବେଳେ ଆଜି ତାପମାତ୍ରା ବୃଦ୍ଧି ପାଇଛି । ରାତିରେ ମଧ୍ଯ ଗୁଳି ଗୁଳି ସାଙ୍ଗକୁ ଝାଳ ବାହାରୁଛି l ଫେନରୁ ଗରମ ପବନ ବାହାରୁଚି l
ଦିନ ଏଗାରଟା ପରେ ଦୋକାନ ବଜାର ରାସ୍ତା ଘାଟ ଏକ ରକମର ନିଛାଟିଆ ଦେଖିବାକୁ ମିଳୁଛି l କିଛି ଦୋକାନ ସକାଳ ପାଞ୍ଚଟାରେ ଖୋଲି ଦସଟାରେ ବନ୍ଦ କରି ଦେଇଛନ୍ତି l କନ୍ଧମାଳ ଜିଲ୍ଲାକୁ ମଧ୍ଯ ପାଣିପାଗ ବିଭାଗ ପକ୍ଷରୁ ୱାରନିଂ ଦିଆଯାଇଛି l୧୧ଟାରୁ ୩ଟା ମଧ୍ୟରେ ଖରାରେ ନବୁଲିବାକୁ ସତର୍କ କରିଛି ପାଣିପାଗ ବିଭାଗ। ଏଭଳି ପରିସ୍ଥିତିରେ ବିଦ୍ୟାଳୟ ସମୟ ପରିବର୍ତ୍ତନ କରି ୧୦ ଟାରେ ଛୁଟି କରିବାକୁ ଅଭିଭାବକ ମହଲରେ ଦାବି ହେଉଛି। ଅଭିଭାବକ ଙ୍କ ଅନୁରୋଧ କ୍ରମେ ଶିକ୍ଷକ ସଂଘ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛି l ଶିକ୍ଷକ ସଙ୍ଘ ସଭାପତି ସନ୍ତୋଷ କୁମାର ଦିଗାଲ, ଉପସଭାପତି ଶ୍ରୀମତୀ ବିରାଜିନି ମହାପାତ୍ର ଓ ଦିତି କୃଷ୍ଣ ମାଝୀ, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ମାଝୀ,ସହ ସମ୍ପାଦକ ଗୋକୁଳ ନାୟକ, କୌସିକ ନାୟକ, ମନୋଜ କୁମାର ଦିଗାଲ, ବଂଶୀଧର ନନ୍ଦ, ପଦ୍ମଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.