ନିର୍ବାଚନ ପାଣ୍ଠି ସଂଗ୍ରହ ରେ ବ୍ୟସ୍ତ ଗଞ୍ଜାମ ଜିଲ୍ଲାର ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ…!


ବ୍ରହ୍ମପୁର: ୩-୪ ଏବେ ନିର୍ବାଚନ ଋତୁ ଏହାକୁ ଆଖି ଆଗରେ ରଖି ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦଳର ପାଣ୍ଠି ସଂଗ୍ରହ କରୁଥିବା କୁ ନେଇ ଚର୍ଚ୍ଚା ହେଉଛି। ନିର୍ବାଚନ ଆଚରଣଵିଧି ଲାଗିବା ପୂର୍ବରୁ ବହୁ ନେତା ଓ ମନ୍ତ୍ରୀ ମାନେ ନିଜ ସମର୍ଥକ ଠିକାଦାର ଙ୍କ ନାମରେ କୋଟି କୋଟି ଟଙ୍କାର ଟେଣ୍ଡର ହାତେଇଥିବା ନେଇ ଆଲୋଚନା ହେଉଛି।ଏହାକୁ ରୂପ ରେଖ ଦେବାକୁ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକାରୀଙ୍କୁ ଉପରୁ ଆଦେଶ ମିଳିବା ପରେ ପାଣ୍ଠି ସଂଗ୍ରହ ପାଇଁ ବାବୁ ମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି କାର୍ଯ୍ୟ ବଣ୍ଟନ କରୁଥିବା ଚର୍ଚ୍ଚା

ହେଲାଣି। ଗଞ୍ଜାମ ଜିଲ୍ଲାର ବହୁ ବ୍ଲକରେ ଦୁର୍ନୀତି ଚରମସୀମା ରେ ପହଞ୍ଚିବା ର ମୁଖ୍ୟ କାରଣ ବାବୁ ମାନେ ଶୀତତାପ ନିୟନ୍ତ୍ରଣ କକ୍ଷ ରେ ବସି ସେମାନଙ୍କ ପିସି ନେବା ଫିଲ୍ଲଡ଼ କୁ ନ ଯିବା ଯୋଗୁଁ ଆଜି ଏଭଳି ଅବସ୍ଥା ଦେଖା ଦେଇଛି ବୋଲି ଚର୍ଚ୍ଚା ହେଉଛି। ବାବୁ ମାନଙ୍କ ଲମ୍ବା ହାତ ଓ ତୃତୀୟ ମହଲା ର ଆଶୀର୍ବାଦ ଯୋଗୁଁ ଦୁର୍ନୀତି ନିବାରଣ ଏମାନଙ୍କ ଛାଇ ଦେଖିଲେ ଭୟ କରୁଥିବା କୁ ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ବିରୋଧି ଦଳ ସକ୍ରିୟ ନଥିବା ର ସୁଯୋଗ ବାବୁ ମାନଙ୍କ ପାଇଁ ଏବେ ପୁଷ ମାସ ପାଲଟିଛି। ଗଞ୍ଜାମ ଜିଲ୍ଲାରେ ଯେତେ ସବୁ ଉନ୍ନୟନ କାର୍ଯ୍ୟ ଚାଲିଛି, ସେଥିରେ ଦୁର୍ନୀତି ହେଉଥିବା ନେଇ ନିସର୍ତ୍ତ ରୀତିମତ ଲେଖି ଆସୁଛି। ତାହାର ନଗ୍ନ ନମୁନା ହେଉଛି ଆସିକା ଉପଖଣ୍ଡ ଚିକିତ୍ସାଳୟ, ଇଣ୍ଡୋର ଷ୍ଟାଡିୟମ,ବିଜୁ ସେତୁ ଯୋଜନା। ଏହା ସହ ହିଞ୍ଜିଳି, ଶେରଗଡ଼, ଭଞ୍ଜନଗର, ସୋରଡ଼ା, ପୋଲସରା, କବିସୂର୍ଯ୍ୟନଗର ଓ ବ୍ରହ୍ମପୁର ଅଞ୍ଚଳ ରେ ମହା ଦୁର୍ନୀତି ହୋଇଥିବା ନେଇ ରୀତିମତ ଅଭିଯୋଗ ହୋଇ ଆସୁଛି। କିଛି ମାସ ପରେ ଏହି ସବୁ ଅଞ୍ଚଳ ରେ ହେଉଥିବା ଦୁର୍ନୀତି ର କଳା କାରନାମା ଧିରେ ଧିରେ ପଦାକୁ ଆସିବ ବୋଲି ଆଲୋଚନା ହେଉଛି। ବର୍ତ୍ତମାନ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯେଇ, ଓ ଏସଡ଼ିଓ ମାନେ ଠିକାଦାର ମାନଙ୍କ ଠାରୁ ଶାସକ ଦଳ ପାଇଁ ପାଣ୍ଠି ସଂଗ୍ରହ ରେ ବ୍ୟସ୍ତ ଥିବା ଅଭିଯୋଗ ହେଉଛି l ଯେଉଁ କାର୍ଯ୍ୟ ସବୁ ହୋଇଛି ଅତି ନିମ୍ନମାନର କରି ବାକୁ କହି ମୋଟା ଅଙ୍କର ପାଣ୍ଠି ସଂଗ୍ରହ ଚାଲିଛି ଏବଂ କିଛି ଠିକାଦାର ମାନଙ୍କୁ ଭବିଷ୍ୟତ ରେ କାମ ଯୋଗାଇ ଦିଆ ଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇ ଟଙ୍କା ଆଦାୟ କରାଯାଉଛି ବୋଲି ଜଣେ ଠିକାଦାର ତାଙ୍କ ଗୋପନ ରଖି ଅଭିଯୋଗ ଆଣିଛନ୍ତି l ଏଥି ପ୍ରତି ରାଜ୍ୟ ନିର୍ବାଚନ କମିଶନ ଧ୍ୟାନ ଦେବାକୁ ସାଧାରଣ ରେ ଅଭିଯୋଗ ହେଉଛି l ଏବଂ ରାଜ୍ୟ ଦୁର୍ନୀତି ନିବାରଣ ଅଧିକାରୀ ଉକ୍ତ ବିଭାଗ ରେ କାର୍ଯ୍ୟରତ ଥିବା ଯନ୍ତ୍ରୀ ମାନଙ୍କୁ ଯଦି ତଦନ୍ତ ପରିସର ଭୁକ୍ତ କରାଯାଏ ତେବେ ବାବୁ ମାନଙ୍କ ଅସଲ ମୁଖା ଖୋଲି ଯିବ ବୋଲି ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.