ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ୯ରୁ ଊର୍ଦ୍ଧ୍ଵ ମାଓବାଦୀ ନିହତ । ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାରେ ଲୋକସଭା ନିର୍ବାଚନ ପୂର୍ବରୁ ପୋଲିସ ପକ୍ଷରୁ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି । ତେବେ ଏହି କ୍ରମରେ ଆଜି ଜିଲ୍ଲାର ଲେଣ୍ଡରା ଓ କରଚୋଲି ଜଙ୍ଗଲରେ ପୋଲିସ, ଡିଆରଜି, କୋବରା ବାହିନୀ ପକ୍ଷରୁ ମିଳିତ ରୂପେ ଏହି ତଲାସି ଅଭିଯାନ ଜାରି ରହିଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ ମାନେ । ଦୀର୍ଘ ସମୟ ଧରି ଏହି ଗୁଳି ବିନିମୟ ଜାରି ରହିଥିବା ବେଳେ ମାଓବାଦୀ ମାନେ ଯବାନଙ୍କ ସାମ୍ନା କରି ନ ପାରି ଛତ୍ରଭଙ୍ଗ ଦେଇଥିଲେ ଓ ଜଙ୍ଗଲ ମଧ୍ୟରେ ଲୁଚି ପଳାଇଥିଲେ । ତେବେ ପ୍ରାୟ ୪ ଘଣ୍ଟା ଧରି ଏହି ଗୁଳି ବିନିମୟ ପରେ ଅଞ୍ଚଳରେ ଯବାନ ମାନେ ପୁନଃ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏହି ତଲାସି ଅଭିଯାନ ବେଳେ ବର୍ତ୍ତମାନ ଯାଏଁ ୯ରୁ ଊର୍ଦ୍ଧ୍ଵ ମାଓବାଦୀଙ୍କ ମର ଶରୀର ସହ ଅନେକ ଅତ୍ୟାଧୁନିକ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି । ତେବେ ଏହି ଗୁଳି ବିନିମୟରେ ଆହୁରି ଅଧିକ ମାଓବାଦୀ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଥିବା ବେଳେ ବହୁ ମାଓବାଦୀ ଆହତ ହୋଇଥିବା ମଧ୍ୟ ଅନୁମାନ କରାଯାଉଛି । ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଥିବା ବେଳେ ଆହୁରି ଅନେକ ମାଓବାଦୀଙ୍କ ମର ଶରୀର ଜବତ ହୋଇ ପରେ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି ।
Sign in
Sign in
Recover your password.
A password will be e-mailed to you.
Next Post