ବିଜେପିରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ଶିବରାଜ ପାଟିଲଙ୍କ ବୋହୂ

ମୁମ୍ବାଇ : ବିଜେପିରେ ଯୋଗ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ବୋହୂ ଅର୍ଚ୍ଚନା ପାଟିଲ ଚାକୁରକର। ଗତକାଲି ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।
ବିଜେପିରେ ଯୋଗଦେବା ପରେ ଅର୍ଚ୍ଚନା ପାଟିଲ କହିଛନ୍ତି, “ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ମୋଦି ଆଣିଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ମୋତେ ବହୁତ ପ୍ରଭାବିତ କରିଥିଲା। ଏହା ମହିଳାମାନଙ୍କୁ ସମାନ ସୁଯୋଗ ଦେଇଥାଏ।”
“ମୁଁ ଲାତୁରରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛି ଏବଂ ବିଜେପି ସହ ତୃଣମୂଳ ସ୍ତରରେ ବି କାର୍ଯ୍ୟ କରିବି। ମୁଁ କଦାପି କଂଗ୍ରେସରେ ନଥିଲି। ବିଜେପିର ଆଦର୍ଶ ମୋ ଉପରେ ପ୍ରଭାବ ପକାଇଥିବାରୁ ମୁଁ ସାମିଲ ହୋଇଛି।” ।
ଅର୍ଚ୍ଚନା ପାଟିଲ ଉଦଗିରର ଲାଇଫ କେୟାର ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରର ଚେୟାରମ୍ୟାନ୍ ଅଛନ୍ତି। ତାଙ୍କ ସ୍ୱାମୀ ଶୈଳେଶ ପାଟିଲ ଚନ୍ଦୁରକର କଂଗ୍ରେସର ରାଜ୍ୟ ସଚିବ। ଅର୍ଚ୍ଚନାଙ୍କ ଶ୍ୱଶୁର ତଥା ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲ ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଇନ୍ସ (ୟୁପିଏ) ସରକାରରେ ୨୦୦୪ରୁ ୨୦୦୮ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ।

nis-ad
Leave A Reply

Your email address will not be published.