ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅସମ୍ଭବ ଭିଡ଼, ଖରାରେ ସିଝିଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ : ଆଜି ପୁରୀରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ଛୁଟି ଦିନ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଲି ଲାଗିଥିଲା । ଫଳରେ ପଶ୍ଚିମ ଦ୍ୱାରରେ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା । ଖରାରେ ହଜାର ହଜାର ଭକ୍ତ ସିଝିଥିଲେ । ଭିଡ଼ ଏପରି ହୋଇଥିଲା ଯେ ଦଳାଚକଟା ପରିସ୍ଥିତି ଉପୁଜିଥିବା ଆଶଙ୍କା ଦେଖାଦେଇଥିଲା । ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିଲା ବୋଲି ଅଭିଯୋଗ ହୋଇଛି ।

nis-ad
Leave A Reply

Your email address will not be published.