କିଟ୍‌ ଛକ ସ୍ଥିତ ଏକ କର୍ପୋରେଟ୍‌ ବିଲ୍ଡିଂରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର କିଟ୍‌ ଛକ ସ୍ଥିତ ଏକ କର୍ପୋରେଟ୍‌ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ୪ର୍ଥ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପିଥିବା ସୂଚନା ମିଳିଛି। କିଛି ବ୍ୟକ୍ତି ଫସି ରହିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବାକୁ ତଥା କେହି ଫସି ରହିଥିଲେ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି | ଅଗ୍ନିଶମ ବାହିନୀ କର୍ମଚାରୀ। ତେବେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଏଯାବତ କୋଠା ମଧ୍ୟରେ ପ୍ରବେଶ କରିପାରି ନାହାନ୍ତି। ସେମାନେ ବାହାରୁ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରୁଛି।

nis-ad
Leave A Reply

Your email address will not be published.