କ୍ରସରରେ କାମ କରୁଥିବା ବେଳେ ଅଘଟଣ: ଜଣେ ଶ୍ରମିକ ମୃତ, ୨ ଗୁରୁତର

ଯାଜପୁର: କ୍ରସରରେ ଅଘଟଣ ଘଟି ଶ୍ରମିକ ମୃତ । ଯାଜପୁର ଧର୍ମଶାଳା ରାହାଡପୁର ସ୍ଥିତ ଏକ କ୍ରସରରେ ଅଘଟଣ ଘଟିଛି । କ୍ରସର ମେସିନ ଚକା ଖୋଲିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଶିବଶକ୍ତି ଷ୍ଟୋନ୍ କ୍ରସର ମେସିନ ଚକା ଖୋଲିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ୨ ଗୁରୁତର ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାରେ କାହାରି ପରିଚୟ ମିଳିନାହିଁ। ବଡ଼ଚଣା, ଜେନାପୁର ଓ ଧର୍ମଶାଳା ଥାନା ଆଇଆଇସି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଏଣେ କ୍ରସରର ମ୍ୟାନେଜରଙ୍କୁ ଥାନାରେ ଅଟକ ରଖାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.