ପୋଖରନରେ ସାମରିକ ଅଭ୍ୟାସର ତଦାରଖ କଲେ ପ୍ରଧାନମନ୍ତ୍ରୀ

ଜୟପୁର: ରାଜସ୍ଥାନର ପୋଖରାନରେ ସ୍ୱଦେଶୀ ଅସ୍ତ୍ର ଶକ୍ତି ତଦାରଖ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ୪୦ଟି ଦେଶର ପ୍ରତିନିଧୀଙ୍କ ସହ ଜୈସଲମେରର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ‘ଭାରତ ଶକ୍ତି’ ସାମରିକ ଅଭ୍ୟାସ ଦେଖିଲେ । ଭାରତ ଶକ୍ତି ସାମରିକ ଅଭ୍ୟାସରେ ସ୍ୱଦେଶୀ କୌଶଳରେ ତିଆରି ହୋଇଥିବା ଯୁଦ୍ଧାସ୍ତ୍ର ଗୁଡ଼ିକର ପ୍ରଦର୍ଶନ କରାଗଲା ।

ସ୍ୱଦେଶୀ ଅସ୍ତ୍ର କେତେ ସକ୍ଷମ ଓ କେତେ ଭରସାଯୋଗ୍ୟ, ଏନେଇ ଏଠାରେ ପରୀକ୍ଷଣ କରାଯାଇଛି । ଏହି ସାମରିକ ଅଭ୍ୟାସ ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହ୍ୱାନ, ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ ।

ସ୍ଥଳ, ବାୟୁ, ସମୁଦ୍ର, ସାଇବର ଏବଂ ସ୍ପେସ ଡୋମେନରେ ବିପଦକୁ ପ୍ରତିହତ କରିବା ପାଇଁ ଏହା ଭାରତୀୟ ସଶସ୍ତ୍ର ବାହିନୀର ସମନ୍ବିତ କାର୍ଯ୍ୟକ୍ଷମ କ୍ଷମତାକୁ ଦର୍ଶାଉଥିବା ମଲ୍ଟି ଡୋମେନ ଅପରେସନ୍ସର ଏକ ପ୍ରଦର୍ଶନ । ପୂର୍ବରୁ ବିଦେଶରୁ ସାମରିକ ଅସ୍ତ୍ରଅସ୍ତ୍ର ଆମଦାନୀ କରାଯାଉଥିବା ବେଳେ, ଏବେ ଏହାକୁ ନିଜ ଦେଶରେ ପ୍ରସ୍ତୁତ କରାଯାଉଥିବାବେଳେ, କେତେଦୂର ଏହା ସଫଳତା ପାଇଛି, ସେ ସବୁର ଆଜି ପ୍ରଦର୍ଶନ କରାଯାଇଛି ।

nis-ad
Leave A Reply

Your email address will not be published.