ଟିଏମସି ପକ୍ଷରୁ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା, ୟୁସୁଫ ପଠାନଙ୍କୁ ମିଳିଲା ଟିକେଟ୍

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଟିଏମସି ପକ୍ଷରୁ ରବିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତାଲିକାରେ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
ତାଲିକାରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ନାମ ରହିଛି। ତାଙ୍କୁ ବରହମପୁର ଲୋକସଭା ଆସନରୁ ଟିଏମସି ଟିକେଟ ଦେଇଛି।

ଆଜି ହିଁ ୟୁସୁଫ ପଠାନ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଦଳରେ ଯୋଗ ଦେବାର କିଛି ସମୟ ପରେ ଦଳ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। 

ଏହି ଆସନରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ବିପକ୍ଷରେ ଲଢ଼ିବେ ୟୁସୁଫ ପଠାନ। ଅଧିର ରଞ୍ଜନ ଚୌଧୁରୀ ବହରାମପୁର ଆସନରୁ ୧୯୯୯ ମସିହାରୁ ଜିତି ଆସୁଛନ୍ତି। 

ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ କାହା ସହିତ ମେଣ୍ଟ କରିବ ନାହିଁ ବୋଲି ପୂର୍ବରୁ ମମତା ବାନାର୍ଜୀ ସ୍ପଷ୍ଟ କରିଥିଲେ। ଆଉ ଆଜି ରାଜ୍ୟର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ନାହିଁ ନୁସରତ ଜାହାନ୍‌ଙ୍କ ନାଁ। ସେ ଗତ ଥର ବାସିରହାଟରୁ ପ୍ରାର୍ଥୀ ହୋଇ ଲୋକସଭାକୁ ଯାଇଥିଲେ। 

ସୂଚନାଯୋଗ୍ୟ, ୟୁସୁଫ ପଠାନ ଭାରତ ପାଇଁ ୫୭ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୨୨ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ଆଇପିଏଲ୍‌ରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ମଧ୍ୟ ଖେଳିଥିଲେ। 

nis-ad
Leave A Reply

Your email address will not be published.