ଫନି ବାତ୍ୟା ଟଙ୍କା ହଡ଼ପ କରି ୨ ଗିରଫ

ଫନି ବାତ୍ୟା ଟଙ୍କା ହଡ଼ପ କରି ୨ ଗିରଫ। ଜଣ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ପୂର୍ବତନ ବ୍ଯାଙ୍କ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଓ ସହଯୋଗୀ ତଥା ଷଡ଼ଯନ୍ତ୍ରକାରୀ ଆଞ୍ଜେଲ ମିଶ୍ର ଗିରଫ। ଏମାନଙ୍କ ନାଁରେ ପିପିଲି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ୩କୋଟି ୭୦ଲକ୍ଷ ଟଙ୍କାର ଟଙ୍କା ହଡ଼ପ ମାମଲା ରହିଛି।

୨୦୧୮ରେ ପିପିଲି ବିଡିଓଙ୍କ ପକ୍ଷରୁ ଦାଣ୍ଡମୁକୁନ୍ଦପୁର ଆଇଡିବିଆଇ ବ୍ୟାଙ୍କ ଶାଖାର ୨ଟି ଆକାଉଣ୍ଟରେ ୩କୋଟି ୭୦ଲକ୍ଷ ଟଙ୍କା ଜମା କରାଯାଇଥିଲା। ଏହାକୁ ଫେକ୍ସିି ଫିକ୍ସଡ ଡିପୋଜିଟ ଭାବେ ଜମା କରିବାକୁ କହିଥିଲେ ପିପିଲି ବିଡିଓ। କିନ୍ତୁ ସରୋଜ କାନ୍ତ ଓ ତାଙ୍କ ସହଯୋଗୀ ଫେକ୍ସି ଡିପୋଜିଟ ନକରି ଏହାକୁ ୩୫ଟି ଆକାଉଣ୍ଟକୁ ମୁଦ୍ରା ଋଣ ଜରିଆରେ ଏହି ଟଙ୍କାକୁ ହଡ଼ପ କରିଥିଲେ। ୨୦୨୨ରେ ତଦନ୍ତ ପରେ ଠକେଇ ସଂପର୍କରେ ଜଣାପଡ଼ିଥିଲା। ଏନେଇ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିଥିଲେ। ଏହି ଘଟଣାରେ ଗତ ଗୁରୁବାର ବ୍ୟାଙ୍କର ଆସେଟ ଅଫିସର ତନ୍ମୟ ମହାରଣା ଗିରଫ ହୋଇଥିଲେ।

nis-ad
Leave A Reply

Your email address will not be published.