ଜାଗର ପାଇଁ ଚଳଚଞ୍ଚଳ ହିଞ୍ଜିଳିକାଟୁ ଶୈବପୀଠ

ହିଞ୍ଜିଳିକାଟୁ ୮/୩ : ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହିଞ୍ଜିଳିକାଟୁ ର ସମସ୍ତ ଶୈବପୀଠ । ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳି ସ୍ଥିତ ସ୍ଵପ୍ନେଶ୍ୱର ମହାଦେବ ଶୈବପୀଠ,ମେଇନରୋଡ ଵଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ପୀଠ,ନୁଆଗଡ ସ୍ଥିତ ବାଲୁଙ୍କେଶ୍ୱର ଶୈବପୀଠ,ଓ ଆଙ୍କୋରଡା ଗ୍ରାମ ସ୍ଥିତ ମହାଦେଵ ମନ୍ଦିର ଭଳି ବ୍ଳକ ର ସମସ୍ତ ଶୈବପୀଠ ଓ ସହ ଆଲପୁର ନିକଟସ୍ଥ ଗୁପ୍ତେଶ୍ୱର ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଧାଡିରେ ଛିଡ଼ା ହୋଇ ଓମ୍ ନମଃ ଶିବାୟ କହୁଛନ୍ତି ଭକ୍ତ । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ । ପ୍ରଭୁ ଶିବଙ୍କ ପ୍ରତି ଥିବା ଅଖଣ୍ଡ ବିଶ୍ୱାସକୁ ଉପବାସ, ଭକ୍ତି, ଆରାଧନାର ସହ ଭକ୍ତମାନେ ପାଳନ କରୁଥିବା ଦେଖିବାକୁ ମିଳିଛି।ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ଶିବଙ୍କ ମନ୍ତ୍ର ଓ ଭଜନରେ ଗୁଣୁଗୁଣୁ ହେଉଛନ୍ତି । ପ୍ରାୟ ସବୁଠି ରାତି ୯ଟାରୁ ନେଇ ୧୦ଟା ୩୦ ମଧ୍ୟରେ ମହାଦୀପ ଉଠିଛି। ସମସ୍ତ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛିା ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

nis-ad
Leave A Reply

Your email address will not be published.