DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କେୟାରବାଙ୍କ ସ୍ଥିତ ଡିଆରଡିଓ କେନ୍ଦ୍ରରେ ଡିଉଟିରେ ଥିବା ଯବାନ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ଶନିବାର ରାତି ୧୨ଟାରୁ ୨ ପର୍ଯ୍ୟନ୍ତ ଜେନେରାଲ ଡିଉଟିରେ ଥିଲେ ଯବାନ ଜଣକ। ରାତି ପ୍ରାୟ ୧.୫୫ ସମୟରେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଡିଉଟିରେ ଥାଇ ଚେୟାର ଉପରେ ବସିଥିବା ସମୟରେ ବନ୍ଧୁକକୁ ନିଜ ମୁହଁ ଓଠ ନିକଟରେ ଲଗାଇ ପାଦରେ ଟ୍ରିଗର ଚଳାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ବୋଲି ପୋଲିସ ସୂଚନା ଦେଇଛି । ମୃତ ଯବାନଙ୍କ ନାମ ରାଜଶେଖରନ(୩୮)ଏସ, ଘର ତାମିଲନାଡୁର ତ୍ରିପୁତୁର ଜିଲ୍ଲା ନକ୍ରମପାଲି ଥାନା ଏଲପାଲୀ ଗ୍ରାମରେ।

ଯବାନଙ୍କ ବନ୍ଧୁକର ଗୁଳି ଓଠ ବାଟେ ପଶି ମୁଣ୍ଡ ପଟେ ବାହାରିଯାଇ ମୁଣ୍ଡକୁ ସମ୍ପୂର୍ଣ୍ଣ ଉଡେଇଦେଇଥିବା ଦେଖିବାକୁ ମିଳିଛି । ଗୁଳି ଶବ୍ଦ ଶୁଣି ସିଫ୍ଟ ପରିବର୍ତନ ପରେ ଡିଉଟିରେ ଯୋଗ ଦେବାକୁ ଯାଉଥିବା ଅନ୍ୟ ଜଣେ ଯବାନ ଘଟଣା ସ୍ଥଳକୁ ଯାଇ ଦେଖି କେନ୍ଦ୍ରର ମୁଖ୍ୟଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଡିଆରଡିଓର ମୁଖ୍ୟ ମେଜର ଟି ସିମାଞ୍ଚଲମ ରବିବାର ଭୋରରୁ ମହାକାଳପଡ଼ା ପୋଲିସକୁ ସୂଚନା ଦେଇଥିଲେ ଏବଂ ଯବାନଙ୍କ ପରିବାରକୁ ଖବର ଦେଇଥିଲେ । କେନ୍ଦ୍ରାପଡ଼ା ଏସଡିପିଓ ଦେବେନ୍ଦ୍ର ମଲିକ, ମହାକାଳପଡ଼ା ଥାନା ଅଧିକାରୀ ବିମଲ କୁମାର ମଲିକ ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ ତଦନ୍ତ କରିଛି । ସାଇଣ୍ଟିଫିକ ଟିମ ଅଧିକ ତଦନ୍ତ କରିଲେ ସଠିକ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ତେବେ ଜଣେ କର୍ତ୍ତବ୍ୟରତ ଯବାନ ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି।

nis-ad
Leave A Reply

Your email address will not be published.