ବାପାକୁ ଠେଙ୍ଗାରେ ପିଟି ମାରିଲା ପୁଅ

ଅନୁଗୁଳ : ବାପାକୁ ପିଟି ମାରିଲା ପୁଅ । ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ନୃଶଂସ ପୁଅ । ମୃତଦେହକୁ ଚଦରରେ ଘୋଡାଇ ଫେରାର ହୋଇଯାଇଛି । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଭୂଇଁ ଗାଁର ଅଭାବନୀୟ ଘଟଣା । ମୃତକ ହେଲେଊ ଗାଁ ବିପ୍ରବର ଭୋଇ । ହତ୍ୟାକାରୀ ପୁଅ ହେଲା ବଳରାମ ଭୋଇ ।

ସୂଚନା ଅନୁସାରେ ନୂଆଁଭୁଇଁ ଗାଁର ବଳରାମ ଭୋଇ ଓ ତାଙ୍କ ବାପା ବିପ୍ରବର ଭୋଇ ରହୁଥିଲେ । ଏକାଠି ରହୁଥିଲେ ମଧ୍ୟ ଅନେକ ସମୟରେ ବଳରାମ ବାପା ବିପ୍ରବରଙ୍କୁ ଗାଳି ଗୁଲଜ ଓ ମାଡପିଟ୍ କରିଥାନ୍ତି । ଗତ କାଲି ସନ୍ଧ୍ୟାରେ ମଧ୍ୟ ବଳରାମ ତାଙ୍କ ବାପାଙ୍କ ସହିତ ଝଗଡ଼ା କରିବା ସହ ମାଡ଼ପିଟ୍ କରିଥିଲେ । ତେବେ ସକାଳୁ ବଳରାମଙ୍କର ଦେଖା ନଥିବା ବେଳେ ସନ୍ଧ୍ୟାରେ ବାପାଙ୍କ ମୃତ ଦେହ ଘର ଭିତରେ ପଡିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ । ତୁରନ୍ତ ସେମାନେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେବା ସହ ବଳରାମ ତାଙ୍କ ବାପା ବିପ୍ରବରଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ପୋପିଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ପୁଅ ବଳରାମ ଫେରାର ହୋଇ ଯାଇଥିବା ପୋଲିସ କହିଛି ।

nis-ad
Leave A Reply

Your email address will not be published.