ପୁଣି ବାଲି ମାଫିଆ ସକ୍ରିୟ…….!ଗଞ୍ଜାମ ଜିଲ୍ଲାରୁ ଅନ୍ୟ ରାଜ୍ୟ କୁ ଅବାଧ ରେ ଚାଲିଛି ଚୋରା ବାଲି ଚାଲାଣ…


ବ୍ରହ୍ମପୁର: ୩-୩ କିଛି ଦିନର ନୀରବତା ପରେ ଉପରୁ ନିର୍ଦ୍ଧେଶ ମିଳିବା ପରି ବାଲି ମାଫିଆ ମାନେ ପୁଣି ସକ୍ରିୟ l ଦିନକୁ ସହ ସହ ଗାଡି ରେ ବାହାର ରାଜ୍ୟକୁ ଚୋରା ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ପୁଣି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଚୋରାରେ ବାଲି ଅବାଧ ରେ ଖୁଲାମ ଖୁଲା ବିନା ୱାଇ-ଫର୍ମ ବାଲି ଚାଲାଣ ହେଉଛି। ଚିକିଟି, ଶେରଗଡ଼ ପୁରୁଷୋତ୍ତମପୁର, ଆସିକା, ଧରାକୋଟ, ହିଞ୍ଜିଳି ଅଞ୍ଚଳରୁ ଦିନ ରାତି ସରକାର ନିର୍ଦ୍ଧେଶ କୁ ଚ୍ୟଲେଞ୍ଜ କରି ବାବୁ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ବାବୁ ମାନଙ୍କ ନିର୍ଦ୍ଧେଶ ଓ ଆଦେଶ ଯୋଗୁଁ ତଳିଆ କର୍ମଚାରୀ ଜଳକା ଭଳି ଦେଖିବାକୁ ବାଧ୍ୟ ହେଉଛନ୍ତି। ଗଞ୍ଜାମ ଜିଲ୍ଲାର ଚୋରା ବାଲି ବ୍ୟବସାୟ ଆଜି କାର ନୁହେଁ। ଦୀର୍ଘ ଦଶନ୍ଧି ଧରି ଜିଲ୍ଲାର ଅଧିକାରୀ ମାନଙ୍କ ଆଶୀର୍ବାଦ ରେ ଏହି ପରି ବାଲି ଚୋରା ଚାଲାଣ ଚାଲିଆସିଛି। ଧର୍ମକୁ ଆଖିଠାର ଭଳି ପୋଲିସ ବାବୁମାନେ ହେଲମେଟ ଓ ମଦ୍ୟପାନ କରିଥିବା ବ୍ୟକ୍ତିଙ୍କୁ ଧରି ଜରିମାନା ଆଦାୟ କରି ଜିଲ୍ଲା ଏସପି ଙ୍କ ପାଖରେ ସୁନା ପିଲା ହେଉଛନ୍ତି। ହେଲେ ସରକାରଙ୍କ ସହ ସହ ଲିଟର ଡ଼ିଜେଲ ବ୍ୟବହାର କରି ପେଟ୍ରୋଲିଙ୍ଗ କରୁଥିବା ବେଳେ କଣ ବାବୁ ମାନଙ୍କ ନଜରେ ବାଲି ଗାଡ଼ି ଚାଲାଣ ହେଉନି ନା ବାବୁ ମାନେ ସୁରକ୍ଷା ଦେଇ ଛାଡ଼ି ଦେଉଥିବା ବର୍ତମାନ ଚର୍ଚ୍ଚା ହେଉଛି। ଅଧିକାରୀ ମାନେ କେବଳ ଜିଲ୍ଲାର ସଦର ମହକୁମା ରେ ବସି ରହିବା ଫଳରେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଛି। ବାଲି ଵ୍ୟବସାୟ ରେ ମାତ୍ରାଧିକ ଲାଭ ଥିବା ଯୋଗୁଁ ନେତା, ଅଧିକାରୀ ଓ ମାଫିଆ ମାନେ ଦିନ ରାତି ଏକ କରି ପେଟି ପେଟି ଟଙ୍କା ର ମାଲିକ ହେଉଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ କିଛି ମାସ ପୂର୍ବେ ନକଲି ୱାଇ-ଫର୍ମ ଚୋରା ବାଲି ଚାଲାଣ ରେକେଟ କୁ ପୋଲିସ ଧରିଲା। ହେଲେ ପୁଣି ବାଲି ମାଫିଆ ମାନେ ସକ୍ରିୟ ହେବା କଣ ନିର୍ବାଚନ ପାଣ୍ଠି ସଂଗ୍ରହ ପାଇଁ ଏହା ସଜବାଜ କି ବୋଲି ମଧ୍ୟ ଚର୍ଚ୍ଚା ହେଲାଣି। ଜିଲ୍ଲାରେ ଥିବା ଅଧିକାରୀ ମାନେ ଶୀତତାପ ନିୟନ୍ତ୍ରିତ କୋଠରୀ ରେ ବସି ମାଫିଆ ମାନଙ୍କ ଟଙ୍କା ଗଣି ବାରେ ବ୍ୟସ୍ତ ସହରରେ ଲାଗିଥିବା ସି ସି ଟିଭି ଧର୍ମକୁ ଆଖି ଠାର ସଦୃଶ୍ୟ କେବଳ ସହରର ଶୋଭା ବଢାଇବା ରେ ହିଁ ଏହା ଲାଗିଛି କହିଲେ ଭୁଲ ହେବ ନାହିଁ l ଶୁଣିବାକୁ ମିଳୁଛି ଜିଲ୍ଲା ମୁଖିଆ ଙ୍କ ନିର୍ଦେଶ ରହିଛି ନିର୍ବାଚନ ଶେଷ ହେବା ଯାଏ ମାଫିଆ ମାନଙ୍କୁ ସୁରକ୍ଷା ଦେବା ଓ ତାଙ୍କୁ ସହଯୋଗ କରିବାକୁ ବୋଲି କିଛି ଅଫିସର ଟିପଣୀ ଦେଲେଣି, ନିର୍ବାଚନ ରେ ଏହି ମାଫିଆ ମାନଙ୍କୁ କୁଆଡେ ଟାର୍ଗେଟ ଦିଆଯାଇଛି ଏହିମାନଙ୍କ ଟଙ୍କା ଓ ବାହୁ ବଳ ରେ ନିର୍ବାଚନ ବୈତରଣୀ ପାର ହେବ ଶାସକ ଦଳ ତେଣୁ ପ୍ରଶାସନିକ ଅଧିକାରୀ ମାନେ ତୃତୀୟ ମହଲା କୁ ଖୁସ କରିବାକୁ ଏହା ଠାରୁ ଅବଦାନ କଣ ହୋଇପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି…

nis-ad
Leave A Reply

Your email address will not be published.