ଗୁଗୁଲ ପ୍ଲେ ଷ୍ଟୋରରୁ ଭାରତୀୟ ଆପ୍ ହଟାଯିବାକୁ ନେଇ କଠୋର ହେଲେ ଭାରତ ସରକାର

ନୂଆଦିଲ୍ଲୀ: ଅନେକ ଭାରତୀୟ ଆପ୍ ବିରୋଧରେ ଗୁଗୁଲ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କମ୍ପାନୀ ଗୁଗୁଲ ପ୍ଲେ ଷ୍ଟୋରରୁ ପ୍ରାୟ ୧୦ଟି ଆପକୁ ହଟାଇ ଦେଇଛି । ବିଲ୍ ପେମେଣ୍ଟ ବିବାଦକୁ ନେଇ ଗୁଗୁଲ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗୁଗୁଲ୍ ଅନୁଯାୟୀ, ବିଲିଂ ପଲିସି ଅନୁସରଣ କରୁନଥିବା ଆପ୍ ଡେଭଲପର୍ସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆପ୍କୁ ନେଇ ଗୁଗଲ୍ ର ଏହି ପଦକ୍ଷେପ ପରେ ଏବେ ଭାରତ ସରକାର ମଧ୍ୟ କଠୋର ହୋଇଛନ୍ତି। ହଟାଯାଇଥିବା ଲୋକପ୍ରିୟ ଆପ ମଧ୍ୟରେ ଅଛନ୍ତି ନୌକରି ଡଟକମ, ସାଦିଡଟକମ, ଇଣ୍ଡିଆନମାଟ୍ରମୋନି, ଅଲ୍ଟବାଲାଜି,୯୯ଏକର୍ସ, କୁକୁଏଫଏମ, ଷ୍ଟେଜ୍ ।
ଗୁଗଲ ପ୍ଲେ ଷ୍ଟୋରରୁ ଆପକୁ ହଟାଇବା ନେଇ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ମାମଲାରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ କୌଣସି ପ୍ରକାରେ ଗୁଗୁଲକୁ ଏହି ଆପକୁ ହଟାଇବାକୁ ଅନୁମତି ଦିଆଯିବ ନାହିଁ । ବିଲ୍ ପୈଠ ବିବାଦର ସମାଧାନ ପାଇଁ ସରକାର ଆସନ୍ତା ସପ୍ତାହରେ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ଗୁଗୁଲ, ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆପ୍ ଡେଭଲପର୍ ଙ୍କ ସହ ସରକାରୀ ଲୋକମାନେ ଯୋଗଦେବେ।
ଗୁଗୁଲ୍ ତରଫରୁ କୁହାଯାଇଛି ଯେ ୨ ଲକ୍ଷରୁ ଅଧିକ ଭାରତୀୟ ଆପ୍ ଡେଭଲପର୍ ଗୁଗୁଲ୍ ପ୍ଲେ ଷ୍ଟୋର୍ ବ୍ୟବହାର କରୁଛନ୍ତି। କଂପାନି ର କହିବା ଅନୁଯାୟୀ, ସମସ୍ତ ଡେଭଲପର୍ସଙ୍କ ପାଇଁ ଗୋଟିଏ ପଲିସି ରହିଛି, ସେ ବଡ଼ ଡେଭଲପର ହୁଅନ୍ତୁ କିମ୍ବା ଛୋଟ ଆପ୍ ଡେଭଲପର୍ । କିନ୍ତୁ କିଛି ଆପ୍ ଡେଭେଲପର ଅଛନ୍ତି ଯେଉଁମାନେ ବିଲିଂ ପଲିସି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କୁ ଅନେକ ଥର ଚେତାବନୀ ଦିଆଯାଇଥିଲେ ମଧ୍ୟ ସେ ଶୁଣିନଥିଲେ। ଏହାପରେ ଆପ୍ଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

nis-ad
Leave A Reply

Your email address will not be published.