ଆପଣମାନେ ମତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ? ଭାଷଣ ଦେଉଦେଉ କାନ୍ଦିଲେ କମଲନାଥ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଛିନ୍ଦୱାରାର ଆଦିବାସୀ ବହୁଳ ଅଞ୍ଚଳ ହରଇରେ ପହଞ୍ଚିଛନ୍ତି। ଜିଲ୍ଲାର ଚୌରାଇ ବିଧାନସଭାର ଚାନ୍ଦଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଭାଷଣ ଦେଉଦେଉ ସେ କାନ୍ଦି ପକାଇ ଥିବା ଦେଖିବାକୁ ମିଳିଛି। ମଞ୍ଚରେ କମଲନାଥ କହିଥିଲେ ଆପଣମାନେ ମତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ? ଏହା ହୁଏତ ଆପଣଙ୍କ ଇଛା ହୋଇଥାଇପାରେ। ମୁଁ ଏନେଇ ଆପଣମାନଙ୍କୁ କିଛି କହିବାକୁ ଚାହେଁନାହିଁ। ବିଜେପି ଜୋରଦାର ପ୍ରଚାର କରୁଛି। କିନ୍ତୁ ସେଥିପାଇଁ ଭୟ କରିବାର ନାହିଁ। ଏସବୁ କରି ବିଜେପି ଆମକୁ ଦିଗଭ୍ରଷ୍ଟ କରି ଉତ୍ତେଜିତ କରିବାକୁ ଚାହୁଁଛି। କଂଗ୍ରେସ ବିରୋଧରେ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରୁଛି। କମଲନାଥ ବିଜେପିରେ ଯୋଗଦେବାକୁ ଯାଉଥିବା ପ୍ରଚାର ବିଜେପି କରିଛି।
ମୁଁ କେବେ କହିଛି କି ମୁଁ ବିଜେପିକୁ ଯାଉଛି। ମୁଁ କ’ଣ ପାଗଳ ହୋଇଛି ଏଭଳି କରିବି। ଏସବୁ ମିଥ୍ୟା ପ୍ରଚାର ପ୍ରତି ଆପଣମାନେ ସତର୍କ ରହିବା ଆବଶ୍ୟକ। ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ମୁଁ ଛିନ୍ଦୱାରା ପ୍ରତି ସମର୍ପିତ ରହିବି। ବେକାର ଯୁବବର୍ଗଙ୍କୁ ନେଇ ମୋର ଚିନ୍ତା ରହିଛି।
ସୂଚନାଯୋଗ୍ୟ, କମଲନାଥ ୯ ଥର ଛିନ୍ଦୱାରରୁ ଏମପି ରହିଛନ୍ତି। ଏବେ ସେ ବିଧାୟକ ଅଛନ୍ତି। ତାଙ୍କ ପୁଅ ନକୁଲ ନାଥ ଛିନ୍ଦୱାରରୁ କଂଗ୍ରେସର ଏମପି ଅଛନ୍ତି। କୁହାଯାଉଛି ୨୦୨୪ ଲୋକସଭା ନିର୍ବାଚନରେ ନକୁଲନାଥଙ୍କୁ ଏଠାରୁ ଟିକେଟ ମିଳିବ।
ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି କମଲନାଥ ଦଳୀୟକର୍ମୀଙ୍କୁ ଏକଜୁଟ କରିବା ସହ ସଂଗଠନକୁ ମଜବୁତ କରିବା ପାଇଁ ଯୋଜନା ଜାରି ରଖିଛନ୍ତି।

nis-ad
Leave A Reply

Your email address will not be published.