ଶଙ୍ଖ ଭବନରେ ବୈଠକ ପରେ ନବୀନ ନିବାସ ଗଲେ ଦୁଇ ବିଧାୟକ

ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀକୁ ନେଇ ଦୁଇ ବିଧାୟକଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନବୀନ ନିବାସରେ ପହଞ୍ଚିଛି। ସ୍ଥାନୀୟ ଶଙ୍ଖ ଭବନର ଆୟୋଜିତ ବୈଠକ ପରେ ବିଧାୟକ ଉମା ସାମନ୍ତରାୟ ଓ ସଂଜୟ ଦାସବର୍ମାଙ୍କ ସହିତ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନବୀନ ନିବାସକୁ ଯାଇଛନ୍ତି।

ସୂଚନାଯୋଗ୍ୟ, ସତ୍ୟବାଦୀ ବିବାଦକୁ ନେଇ ବିଧାୟକ ଉମା ସାମନ୍ତରାୟ ଓ ସଂଜୟ ଦାସବର୍ମା ପ୍ରଥମେ ଆଜି ଶଙ୍ଖ ଭବନରେ ପହଂଚିଥିଲେ। ସେଠାରେ ବିଜେଡି ସାଂଗଠନିକ ସଂମ୍ପାଦକ ଦୁଇ ନେତାଙ୍କ ସହ ଆଲୋଚନା କରିଥିଲେ। ତିନି ଦିନ ତଳେ କର୍ମୀ ସମ୍ମିଳନୀ କରି, ସତ୍ୟବାଦୀରୁ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ଉମା ସାମନ୍ତରାୟ କହିଥିଲେ। ଏପରିକି କର୍ମୀ ସମ୍ମିଳନୀ ସମୟରେ ସେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ।

ବିଧାୟକ ଉମା ସାମନ୍ତରାୟ କହିଥିଲେ ଯେ, ଆଗାମୀ ସାଧାରଣ ନିର୍ବାଚନରେ ସତ୍ୟବାଦୀରୁ କିଏ ଲଢିବ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାର ନିଷ୍ପତ୍ତି ନେବେ। ବିଧାୟକ ସଂଜୟ ଦାସବର୍ମା ଭୁବନେଶ୍ୱର ଉପକଣ୍ଠ ଧଉଳୀରେ ମଙ୍ଗଳବାର ଏକ ଗୁପ୍ତ ବୈଠକ କରିଥିଲେ। ଏହି ବୈଠକରେ ସତ୍ୟବାଦୀର ଶହେରୁ ଅଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ। କଣାସ କ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀ ସୁଶୀଲ ରାଉତ, ସତ୍ୟବାଦୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ମହୁର ପଂଚାୟତ ନୋମିନି ପ୍ରେମାନନ୍ଦ ବେହେରା, ବଳରାମପୁରଗଡ଼ ପଂଚାୟତର ପୂର୍ବତନ ନୋମିନିଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ, ଯାହାକୁ ନେଇ ସତ୍ୟବାଦୀରୁ ସଂଜୟ ଦାସବର୍ମା ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

nis-ad
Leave A Reply

Your email address will not be published.