୮୫୧୧ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ ମୌଳିକ ଆଇଟି ଦକ୍ଷତା

ହିଞ୍ଜିଳିକାଟୁ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ଅଧୀନରେ ଥୂବା ରାଜ୍ୟର ୮୫୧୧ଟି ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଓକାକ୍ ମାଧ୍ୟମରେ ଆଉଟସୋସିଂରେ କମ୍ପ୍ୟୁଟର ଆସିଷ୍ଟାଣ୍ଟଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ମୌଳିକ ଆଇଟି ଦକ୍ଷତା ବୃଦ୍ଧି ପାଇଁ ସରକାର ନିଷ୍ପଭି ନେଇଛନ୍ତି। ଏହାଦ୍ବାରା ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମୌଳିକ ଆଇଟି ସ୍କିଲ୍ସ ପ୍ରଦାନ କରାଯିବ। ଵିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ପାଇଁ ଛଟେଇ ହୋଈଥୂବା କମ୍ପ୍ୟୁଟର ଶିକ୍ଷକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮ ହଜାର ମାଧ୍ୟମିକ ବିଦ୍ୟାଳୟ ରେ ସରକାର ତରଫରୁ ଆଉଟସୋର୍ସିଂ ଭାବେ କମ୍ପ୍ୟୁଟର ଶିକ୍ଷକ ପଦବୀ ପୂରଣ ନେଇ ନିଷ୍ପତ୍ତି ନିଆଯାଇଥିବା ଐତିହାସିକ ପଦକ୍ଷେପ କୁ କମ୍ପ୍ୟୁଟର ଶିକ୍ଷକ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ ଥାଉକି ୨୦୧୪ ମସିହାରେ କେନ୍ଦ୍ର ଓ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ୪ ହଜାର ରୃ ଊର୍ଦ୍ଧ୍ବ ହାଇସ୍କୁଲରେ କମ୍ପ୍ୟୁଟର ଲାବ ପ୍ରତିଷ୍ଠା ସହ ଆଇସିଟିସି ଓ ଈ ବିଦ୍ୟାଳୟ ଯୋଜନା ରେ କମ୍ପୁଟର ଶିକ୍ଷକ ନିଯୁକ୍ତି ଦେଇଥିଲେ। ଆଇଏଲ ଏଫ ଏସ ଶିକ୍ଷା ଓ ଟିସିଏଲ ଜରିଆରେ କମ୍ପ୍ୟୁଟର ଶିକ୍ଷକ ମାନଙ୍କୁ ନିଯୁକ୍ତି କରାଯିବାର୫ବର୍ଷପରେ କେନ୍ଦ୍ର ସରକାରଙ୍କ ଆଳ ଦେଖାଇ ସେମାନଙ୍କକୁ ଛଟେଇ କରାଯାଇଥିଲା ।ଅନ୍ୟପକ୍ଷରେ କମ୍ପ୍ୟୁଟର ଶିକ୍ଷକ ମାନେ ସ୍କୁଲ ର ବିଭିନ୍ନ କାର୍ଯ୍ୟ କୁ ଅନଲାଇନ ରେ କରିବା ଓ ଡାଟା ଅପଡେଟ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ମଧ୍ୟ ପଢାଉଥିଲେ। ଆଉଟସୋର୍ସିଂ ହେତୁ ଠିକା କମ୍ପାନୀ ସେମାନଙ୍କ ପ୍ରାପ୍ୟ ଠିକ୍ ଭାବରେ ପ୍ରଦାନ କରୁନଥିଲେ ମଧ୍ୟ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ଆଭାବ କୁ ଦୁର କରିପାରୁଥିଲେ। ଏନେଇ ରାଜ୍ୟ କମ୍ପ୍ୟୁଟର ଶିକ୍ଷକ ମହାସଂଘ ପକ୍ଷରୁପ୍ରଥମେ ୨୦୧୭ ମସିହାରେ ଆନ୍ଦୋଳନ ସହ ରାଲି ହୋଇଥିଲା। ୨୬!୨!୨୪ ଦୀର୍ଘ ୭ ବର୍ଷ ପରେ ସେମାନଙ୍କୁ ସରକାର ପୁନଃ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବା ପରେ କମ୍ପ୍ୟୁଟର ଶିକ୍ଷକ ଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି।ଏହି ଅବସରରେ ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ସ୍ବାଇଁ,ଜିଲ୍ଲା କୋଷାଧ୍ୟକ୍ଷ କ୍ରିଷ୍ଣା ଦାସ, ଜିଲ୍ଲା ସମ୍ପାଦକ ବିଭୁପ୍ରସାଦ ରଥ, ଉପସଭାପତି ମଳୟ କୁମାର ଚାନ୍ଦ, ସହସମ୍ପାଦକ ଶ୍ରୀକାନ୍ତ ପାତ୍ର, ସିବ ଜେନା, ସୁନଜ ଦୋରା,ନିଳ ଵେହେରା, ଜଗନ୍ନାଥ ସାହୁ ଙ୍କ ସହ ବ୍ଲକ ସଭାପତି ଗଣ ହିଞିଳିକାଟୁ ଵିଧାୟକ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଵିଜେଡି ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ରାଜ୍ୟ କମ୍ପ୍ୟୁଟର ଶିକ୍ଷକ ମହାସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଛନ୍ତି

nis-ad
Leave A Reply

Your email address will not be published.