ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ରୋକିବାରେ ଅସଫଳ: ପରିବର୍ତ୍ତନ ଦାବି ଉଠାଇଲା ଭାରତ

ଜେନେଭା: ଭାରତ ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦରେ ସାମ୍ପ୍ରତିକ ବିଶ୍ବ ସ୍ଥିତି ନେଇ ପ୍ରଶ୍ନ ଉଠାଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ରୋକିବାରେ ଅସଫଳ ହୋଇଛି।

ଜାତିସଂଘ ସୁରକ୍ଷା ପରିଷଦ ରୁଷିଆ-ୟୁକେନ ଯୁଦ୍ଧ ରୋକିବାରେ କାହିଁକି ଅସଫଳ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ ସେ ସୁରକ୍ଷା ପରିଷଦରେ ପରିବର୍ତ୍ତନ ଦାବି କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ପୁରୁଣା ବ୍ୟବସ୍ଥା ଆଉ ଚଳିବନି ବୋଲି ସେ କହିଛନ୍ତି। ଜାତିସଂଘ ଜେନେରାଲ ଆସେମ୍ବ୍ଲିର ବୈଠକରେ ରୁଚିରା ଏହି ପ୍ରଶ୍ନ ଉଠାଇଛନ୍ତି।

ରୁଚିରା କହିଛନ୍ତି ଗତ ୨ ବର୍ଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍‌ଧ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ପରିଷଦ ସଦସ୍ୟଙ୍କୁ ଏସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଯଦି ଏପରି କରିବା ସମ୍ଭବ ହେଉନାହିଁ ତେବେ ସୁରକ୍ଷା ପରିଷଦ କାହିଁକି ରହିଛି ବୋଲି‌ ସେ ପ୍ରଶ୍ନ କରିଛନ୍ତି। ସୁରକ୍ଷା ପରିଷଦର ଗଠନ ଅନ୍ତର୍ଜାତୀୟସ୍ତରରେ ଶାନ୍ତି ପ୍ରତିଷ୍ଠା ପାଇଁ ହୋଇଛି। ମାତ୍ର ଏହାର କୌଣସି ସୁଫଳ ମିଳୁନାହିଁ। ପ୍ରତିଟି କ୍ଷେତ୍ରରେ ପରିଷଦ ବିଫଳ ହେବାରେ ଲାଗିଛି।

ଏଭଳି ସମସ୍ୟାର ସମାଧାନ କୂଟନୈତିକସ୍ତରରେ ହେବା ଜରୁରୀ। ଏହା ସହିତ ରୁଚିରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ ବର୍ତ୍ତମାନ ଯୁଦ୍ଧର ଯୁଗ ନୁହେଁ। ୟୁକ୍ରେନ ସ୍ଥିତି ନେଇ ଭାରତ ଚିନ୍ତିତ ଥିବା ସେ କହିଛନ୍ତି। ହିଂସା କାହାର ମଧ୍ୟ ହିତରେ ନାହିଁ ବୋଲି ସେ କହିଛନ୍ତି। ଶାନ୍ତ ସ୍ଥାପନା ପାଇଁ ସମସ୍ତସ୍ତରରେ ବିସ୍ତୃତ ଆଲୋଚନା ହେବା ଆବଶ୍ୟକ। ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ।

nis-ad
Leave A Reply

Your email address will not be published.