ଗଞ୍ଜାମ ବିଜେଡ଼ି ଗୋଷ୍ଟି କନ୍ଦଳର ଫାଇଦା ନେବେକି ପ୍ରଦୀପ..? : ନା କମଳା ରଙ୍ଗ ଓ ଲେଖା ଛିଣ୍ଡାଇ ଦେବା ଫମ୍ପା ବାଣ ହେବ..!


ବ୍ରହ୍ମପୁର: ଆଗାମୀ ସାଧରଣ ନିର୍ବାଚନ ଯେତିକି ନିକଟତର ହେଉଛି ଗଞ୍ଜାମ ରାଜନୀତି ରେ ସେତିକି ବାତାବରଣ ସରଗରମ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଶାସକ ଦଳ ର ଦବଦେବା ରହିଛି। କେବଳ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ବାଦ ଦେଲେ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ର ଗଡ଼ ହୋଇ ରହିଛି। ଆଗାମୀ ସାଧରଣ ନିର୍ବାଚନ ରେ ଶାସକ ଦଳରେ ଲାଗି ରହିଥିବା ଗୋଷ୍ଟି କନ୍ଦଳ ର ଫାଇଦା ନେବାକୁ ବିଜେପି ସୁଯୋଗ ଖୋଜୁଥିବା ବେଳେ ପ୍ରଦୀପ ଏବେ ବିଜେପି ରେ ଯୋଗ ଦେଇ ସଞ୍ଜିବନି ସାଜିଛନ୍ତି। ହେଲେ ସତରେ କଣ ପ୍ରଦୀପ ଙ୍କ ହାତରେ ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ରହିଥିବା କଥା ଫମ୍ପା ବାଣ ନା କିଛି ସତ୍ୟତା ରହିଛି ତାହା ସମୟ କହିବ । ଆଗାମୀ ନିର୍ବାଚନ ରେ ପ୍ରଦୀପ ମ୍ୟାଜିକ ଦେଖାଇବେ ନା ସେହି ପୁରୁଣା ଖେଳ ଖେଳିବେ ନା ନୂତନ ରଣ କୌଶଳ ପ୍ରସ୍ତୁତ କରିବେ ତାହା ଦେଖିବାକୁ ବାକି ରହିଲା। ପ୍ରଦୀପ ବିଜେଡ଼ି ଦଳରୁ ତଡା ଖାଇବା ଗୋପାଳପୁର ରେ ବିକ୍ରମ କୁ ନେଇ ଥଇଥାନ କରିବା ପରେ ପ୍ରଦୀପ ଶେଷରେ ପଦ୍ମ ଧରିବାକୁ ବାଧ୍ୟ ହେଲେ। ପ୍ରଦୀପ ଯଦି ନିଜେ ନିର୍ବାଚନ ମଣ୍ଡଳୀ ରେ ଲଢ଼ିବେ ତାହା ହେଲେ ବିଜେପି ସୁବିଧା ସ୍ଥିତି ରେ ରହିବ ବୋଲି ରାଜନୈତିକ ମହଲ ରେ ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ବିଜେଡ଼ି ସଭାପତି କେବଳ ବ୍ରହ୍ମପୁର ରେ ସୀମିତ ରହିବା ଫଳରେ ଲାଗି ରହିଥିବା ଗୋଷ୍ଟି କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲ୍ଲାର ହିଞ୍ଜିଳି ଓ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ବାଦ ଦେଲେ ବ୍ରହ୍ମପୁର, ଚିକିଟି, ଦିଗପହଣ୍ଡି, ଛତ୍ରପୁର, ଆସିକା,ଧରାକୋଟ,ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର ଏହି ସବୁ ଅଞ୍ଚଳ ରେ ଶାସକ ଦଳ ନୂଆଁ ମୁହଁ ସନ୍ଧାନ ରେ ରହିଥିବା ଓ କୁଆଡ଼େ ଦଳ ପକ୍ଷରୁ ସର୍ଭେ ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ରାଜ୍ୟରେ ଏବେ କେନ୍ଦ୍ର ତୋର ରାଜ୍ୟ ମୋର ବୋଲି ବିଜେଡ଼ି ବିଜେପି ମଧ୍ୟରେ ଡ଼ିଲ ହୋଇଥିବା ମଧ୍ୟ ଚର୍ଚ୍ଚା ର ପରିସର କୁ ଆସୁଛି। କେନ୍ଦ୍ରର ରେଳ ମନ୍ତ୍ରୀ ଙ୍କୁ ପୁଣି ଥରେ ରାଜ୍ୟ ସଭାକୁ ପଠାଇବା ପରେ ସାନ ଭାଇ ବଡ଼ ଭାଇ ର ସମ୍ପର୍କ ନିବିଡ଼ ହୋଇ ଥିବା କୁ ନେଇ ଚର୍ଚ୍ଚା ହେଉଛି।ଶାସକ ଦଳର ଗୋଷ୍ଟି କନ୍ଦଳ ର ଫାଇଦା ନେବାକୁ ରଣହୁଙ୍କାର ଦେଉଥିବା ବିଜେପି ର ସେମିତି ଆଖି ଦୃଶିଆ ନେତା ନଥିବା କୁ ନେଇ ଚର୍ଚ୍ଚା ହେଉଛି। ବିଜେପି ରେ ପ୍ରଦୀପ ଙ୍କ ଏଣ୍ଟ୍ରି ହେବା କଣ କମଳାର ରଙ୍ଗ ସତରେ ଦେଖା ଯିବ ନା କେବଳ ଭାଷଣ ବାଜିରେ ରହିଯିବ ? ଗଞ୍ଜାମ ଜିଲ୍ଲାରେ କିଛି ଦିନ ହେଲା ବିଜେଡ଼ି ର ଦକ୍ଷ ନେତୃତ୍ୱ ର ଅଭାବରୁ ଆଜି ଏହି ଭଳି ଗୋଷ୍ଟି କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁଣିବାକୁ ମିଳୁଛି କିଛି ନେତା ଓ କର୍ମୀ ସୁଯୋଗ ଅପେକ୍ଷା ରେ ଅଛନ୍ତି ଦଳ ବଦଳ ପାଇଁ କିଛି ବିଜେପି ନେତା କର୍ମୀ ଭୁବନେଶ୍ୱର ରେ ଡେରା ମାରିଛନ୍ତି ବିଜେଡି ରେ ମିଶିବାକୁ ସେହି ଭଳି ଯଦି ବିଜେଡି ସେମାନଙ୍କୁ ଅଣ ଦେଖା କରେ ତେବେ କିଛି ଆଗ ଧାଡ଼ିର ନେତା ଓ କର୍ମୀ ବିଜେପି ଓ କଂଗ୍ରେସ ରେ ଯୋଗ ଦେଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳୁଛି l ମୁଖ୍ୟତଃ ଛତ୍ରପୁର, ଖଲ୍ଲିକୋଟ, ପୋଲସରା ନିର୍ବାଚନ ମଣ୍ଡଳୀ ବିଜେଡି ହାତରୁ ଚାଲିଯାଇପାରେ ବୋଲି ରାଜନୈତିକ ପଣ୍ଡିତ ମାନେ ମତ ଦେଲେଣି l ଗତ ନିର୍ବାଚନ ରେ ଗୋପାଳ ପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ହାରୁ ହାରୁ ବଞ୍ଚି ଯାଇଥିଲା ଯାହା ଫଳରେ ପ୍ରଦୀପ ପାଣିଗ୍ରାହୀ ଜିତି ଥିଲେ କିନ୍ତୁ ବର୍ତମାନ ର ପାଣି ପାଗ କିଛି ଅଲଗା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ର ଏକ ମଜବୁତ ସଙ୍ଘଠନ ରହିଛି ତେଣୁ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହେବ l ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଯଦି ମହିଳା ହୁଏ ତେବେ ଉଭୟ ବିଜେପି ଓ ବିଜେଡି ପାଇଁ ଅଡୁଆ ହୋଇ ପାରେ ଯଦି ପୁରୁଷ ହୁଏ ତେବେ କଂଗ୍ରେସ ପାଇଁ ସୁଭିଧା ହୋଇ ପାରେ l ବର୍ତ୍ତମାନ କୁ ଦେଖିଲେ ଗଞ୍ଜାମ ଜିଲ୍ଲାର ପାଣିପାଗ ଠିକ ନାହିଁ ବିଜେଡି ରେ ଥିବା ଗୋଷ୍ଠୀ କନ୍ଦଳ ବାଟରୁ ଯାଇ ହାଟରେ ଗଡୁଛି ଏହି ପରିପେକ୍ଷୀ ରେ ପ୍ରଦୀପ ଙ୍କ କମଳା ରଙ୍ଗ ଓ ଲେଖା ଚିଣ୍ଡାଇ ଦେବା ଉକ୍ତି କେତେ ଦୂର ସଫଳ ହେବ ତାହା ସମୟ କହିବ l

nis-ad
Leave A Reply

Your email address will not be published.