ଶେଷରେ ଲମ୍ବା ଛୁଟି ନେବାକୁ ବାଧ୍ୟ ହେଲେ ଵି.ଏମ.ସି କମିଶନର : ଟିକେଟ ଦେବାକୁ ସୁପାରିଶ ମହଙ୍ଗା ପଡ଼ିଲା…!


ଭୁବନେଶ୍ୱର: ୨୬-୨ ବିଜେଡ଼ି ଦଳୀୟ ଟିକେଟ ପାଇଁ ଭୁବନେଶ୍ୱର ସ୍ଥିତ କର୍ପୋରେସନ ଅଫିସ କମିଶନର ଙ୍କ ଅଫିସରେ ଲବି ପାଇଁ ଭିଡ଼ ବାବୁଙ୍କ ପାଇଁକୁ ଆଡ଼େ ମହଙ୍ଗା ପଡ଼ିଲା ବୋଲି ଚର୍ଚ୍ଚା ହେଉଛି। ଗତ ଏନ.ଏ.ସି ନିର୍ବାଚନ ସମୟରେ ଉକ୍ତ ଅଧିକାରୀଙ୍କ ସୁପାରିଶ ରେ ଗଞ୍ଜାମ ଜିଲ୍ଲାର କିଛି ଚାଉଳ ପରିବହନ କରୁଥିବା ଠିକାଦାର ଅଧକ୍ଷ ଟିକେଟ ହାତେଇଥିଲେ। ସେ ସମୟରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମଧ୍ୟ ଟିକେଟ ମିଳିବା ପରେ ନିଜ ଚୌକିକୁ ସୁରକ୍ଷିତ ରଖିବାକୁ ବାଧ୍ୟ ହୋଇ ଚୁପଚାପ ରହିଥିଲେ। ଗଞ୍ଜାମ ର ପୂର୍ବତନ ରାଜା ତାଙ୍କ ଥିବା ସମୟରେ ଜିଲ୍ଲାର ମଦ ବାଲି ମାଫିଆ ମାନଙ୍କ ସହ ସଲା ସୁତରା କରି ବିଭିନ୍ନ ନଦୀ ଗୁଡିକରେ ବାଲିଘାଟ ଗୁଡ଼ିକ ଲିଜ ସୂତ୍ରରେ ଦେଇଥିବା ଚର୍ଚ୍ଚା ହୋଇଥିଲା। ରାଜାଙ୍କ ସହଯୋଗ ପରେ ତାଙ୍କର ପିସି ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦାମୀ ଜମି ଗୁଡ଼ିକୁ ଶାଗ ମାଛ ଦରରେ ନିଜର ଅନୁଗତ ମାନଙ୍କ ନାମରେ କ୍ରୟ କରାଯାଇଥିବା ଚର୍ଚ୍ଚା ହୋଇଥିଲା। ଜିଲ୍ଲାର ପୂର୍ବତନ ଦୁଇ ରାଜା ଙ୍କ ମଧ୍ୟରୁ ପୂର୍ବରୁ ଜଣେ ବାବୁ ବିଦାୟ ହୋଇଥିବା ବେଳେ ଏବେ ଆଉ ଜଣେ ବାବୁ ଲମ୍ବା ଛୁଟିରେ ଯିବା ପରେ kମାଫିଆ ମାନଙ୍କ ମଧ୍ୟରେ ଭାଲେଣି ପଡ଼ିଥିବା ନେଇ ରାଜଧାନୀ ରେ ଚର୍ଚ୍ଚା ର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟର କାରନାମା ପଦାରେ ପଡ଼ିବା ପରେ ସେ ଓ ତାର ସହଯୋଗୀ ଗିରଫ ହେବା ପରେ। ବାବୁଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଥିଲା ବୋଲି କୁଆଡ଼େ ତୃତୀୟ ମହଲା ରେ ଚର୍ଚ୍ଚା ହେଉଥିବା କଥା ଏବେ ଧିରେ ଧିରେ ବାହାରକୁ ଆସୁଛି। ସାଧାରଣ ନିର୍ବାଚନ ପୂର୍ବରୁ ଆଉ କିଛି ଆଗ ଧାଡ଼ିର କୁବେର ବାବୁ ମାନେ ବଳି ପଡିବେ ବୋଲି ସାଧାରଣରେ ରେ ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ବହୁ ଭାଈରୁ ନେତା ହୋଇଥିବା ବ୍ୟକ୍ତି ବିଶେଷ ଯେଉଁ ଟିକେଟ ହାତେଇବା ପାଇଁ ଲବି କରୁଥିଲେ ସେମାନଙ୍କ ମଧ୍ୟରେ ଭାଲେଣି ପଡ଼ିଥିବା ଦେଖିବାକୁ ମିଳୁଛି। ପୂର୍ବତନ ରାଜା ମାନେ ଚାଣକ୍ୟ ଙ୍କ ବୋଲ ନ ମାନିବା ଯୋଗୁଁ ବାବୁ ମାନଙ୍କ ନାଲି ଫାଇଲ ଖୋଳିବା ପାଇଁ କୁଆଡ଼େ ନିର୍ଦ୍ଧେଶ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ କିଛି ବର୍ଷ ହେଲା କେତେକ ନିର୍ବାଚିତ ପ୍ରତିନିଧି ଙ୍କ ସହଯୋଗ ରେ ଦୁର୍ନୀତି ଚରମ ସୀମାରେ ପାହଞ୍ଚି ଯୋଗୁଁ ସେମାନଙ୍କ ଭାଗ୍ୟ ମଧ୍ୟ ସୂତାକ୍ଷରେ ଝୁଲୁ ଥିବା ଥିବା ଚର୍ଚ୍ଚା ହେଉଛି।କଳା ଟଙ୍କାର ପାହାଡ଼ରେ ବସି ଟିକେଟ ହାତେଇବାକୁ ମନ ମନ ରେ ଲଡ଼ୁ ଖାଉଥିବା ବ୍ୟକ୍ତି ଏବେ କେଉଁ ନେତାଙ୍କ ସହ ସଳସୁତରା କରୁଛନ୍ତି ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.