ଛତ୍ରପୁର : ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଉପକଣ୍ଠ ନୀଳାଦ୍ରିପୁର ନିକଟ ରାମଚଣ୍ଡୀ ପୀଠ ରେ ମା ରାମଚଣ୍ଡୀ ମହୋତ୍ସବ ୨୦୨୪ ମାର୍ଚ୍ଚ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏସମ୍ପର୍କରେ ମା ରାମଚଣ୍ଡୀ ଟ୍ରଷ୍ଟ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି l ମାଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବକୁ ମା ରାମଚଣ୍ଡୀ ମହୋତ୍ସବ ୨୦୨୪ ରୂପେ ପାଳନ କରିବାକୁ ଏହି ନିଷ୍ପତି ହୋଇଛି | ଏହି ମହୋତ୍ସବ ପଣ୍ଡିତ ସିମାଞ୍ଚଳ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଓ ପଣ୍ଡିତ ବିଜୟ କୁମାର ତ୍ରିପାଠୀ ଙ୍କ ପୌରାହିତ୍ୟ ରେ ମନ୍ଦିର ରୀତିନୀତି ରେ ପୂଜା ଅର୍ଚନା କାର୍ଯ୍ୟ ଅନୁଷ୍ଠିତ ହେବ | ୩ ଦିନ ଧରି ସ୍ଥାନୀୟ, ବ୍ରହ୍ମପୁର, ଜ଼ିଲ୍ଲା ଓ ରାଜ୍ୟ ସ୍ତରର କଳାକାର ମାନଙ୍କ ପକ୍ଷରୁ ଲୋକ କଳା, ଲୋକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସୂଚନା ଦିଆଯାଇଛି | କଳାକାର ତାରିକ ଅଜିଜ, ଶୀତଲ କବି ଓ ଗଣେଷ ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ହେବେ |
୧ ତାରିଖରେ ଦେବୀଙ୍କ ମହାସ୍ନାନ, ଷୋଡଶ ଉପଚାର ପୂଜା, ଅଧିବାସ, ଜଳଯାତ୍ରା, ୨ତାରିଖରେ ଅଷ୍ଟ ପ୍ରହରୀ ନାମଯଂଜ୍ଞ, ଚଣ୍ଡୀ ପାଠ ଏବଂ ୩ ତାରିଖରେ ପୂର୍ଣ୍ଣାହୁତି ଓ ଯମୁନା ସ୍ନାନ ଅନୁଷ୍ଠିତ ହେବ ସାମାଜିକ କ୍ଷେତ୍ରରେ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି | ବରିଷ୍ଠ ନାଗରିକ ଙ୍କ ସୁବିଧା ଲାଗି ପାହାଡ ଉପରକୁ ଯିବା ପାଇଁ ବସ ର ସୁବିଧା କମିଟି ପକ୍ଷରୁ କରାଯିବ | ୫-ଟି ରେ ମନ୍ଦିର ଉର୍ନତିକରଣ ପାଇଁ ରାଜ୍ୟ ସରକାର ୨ କୋଟି ୨୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ଓ ଏହାର କାମ ଚାଲିଛି | ଏଥିଲାଗି ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ବ୍ରହପୁର ଏମପି ଓ ଛତ୍ରପୁର ବିଧାୟକ, ଗଞ୍ଜାମ ବ୍ଲକ ପ୍ରଶାସନ ଙ୍କୁ ମନ୍ଦିର କମିଟି ଓ ଟ୍ରଷ୍ଟ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଦିଆଯାଇଛି | ଏହି ସାମ୍ବାଦିକ ସମ୍ମିଳନୀ ରେ କମିଟି ର କାର୍ଯ୍ୟକାରୀ ସଭାପତି ବସନ୍ତ ମହାରଣା, ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଳ ପଣ୍ଡା, ଉପସଭାପତି କ୍ଷୀରୋଦ ସାହୁ ଓ ସନ୍ତୋଷ ପାଢ଼ୀ, ପ୍ରମୋଦ ସାହୁ, ଉପଦେଷ୍ଟା ରବୀନ୍ଦ୍ର ନାଥ ପଣ୍ଡା, ଶତ୍ରୁଘ୍ନ ମହାଙ୍କୁଡ, କାମାକ୍ଷା ପ୍ରାସାଦ ପଣ୍ଡା, ତୁଷାର ଶତପଥି, ତିରୁପତି ବାଲାଜୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |