ଫୁଡ ପଏଜନିଂ ହୋଇ ୧୩ ଛାତ୍ରୀ ଅସୁସ୍ଥ, ୮ଜଣ ଚିକିତ୍ସାଧିନ ଅବସ୍ଥା ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର  : ନର୍ସିଂ ସ୍କୁଲରେ ୧୩ ଛାତ୍ରୀ ଅସୁସ୍ଥ । ଫୁଡ ପଏଜନିଂ ହୋଇ ୧୩ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ବ୍ରହ୍ମପୁର ଉପକଣ୍ଠ ଚଣ୍ଡୀପଦର  ନର୍ସିଂ ସ୍କୁଲର ଛାତ୍ରୀମାନେ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ୧୩ଜଣ ଛାତ୍ରୀଙ୍କ ମଧ୍ୟରୁ ୮ଜଣ କାଜୁଆଲଟିରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଗତକାଲି ଛାତ୍ରୀମାନେ ଖାଥିବା ଖାଦ୍ୟରୁ ଫୁଡ ପଏଜନ ହୋଇଥିବା କହିଛନ୍ତି କାଜୁଆଲିଟି ମ୍ୟାନେଜର । ସେପଟେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କଲେଜ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛନ୍ତି ।

nis-ad
Leave A Reply

Your email address will not be published.