ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ ଆସିକା ବାସୀ ପଟ୍ଟା ପାଇବେ କେବେ..?


ମଦ ଓ ବାଲି ପଛରେ ଜିଲ୍ଲା ପ୍ରଶାସନ..! ସାଧାରଣ ଲୋକଙ୍କ ସମସ୍ୟା ବୁଝିବ କିଏ ?

ଵ୍ରହ୍ମପୁର: ୨୧-୨ ଆସିକା ସହର ଓଡ଼ିଶାର ଏକ ପ୍ରମୁଖ ସହର ଏହା ଏକ ବିଧାନସଭା କ୍ଷେତ୍ର ଓ ସାଂସଦ କ୍ଷେତ୍ର। ସ୍ୱାଧୀନତା ର ୭୬ ବର୍ଷ ପରେ ବି ଆସିକା ବାସୀ ଙ୍କ ନିକଟରେ ପଟ୍ଟା ନାହିଁ। ରାଜ୍ୟରେ ଚାଲିଛି ପଟ୍ଟା ବଣ୍ଟନ କାର୍ଯ୍ୟ କ୍ରମ ଏଥିରୁ ବଞ୍ଚିତ ଆସିକା ସହର ବାସୀ l ଏହାକୁ ନେଇ ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ସତ୍ୱେ ବି ଜିଲ୍ଲା ପ୍ରଶାସନ ଚୁପ l ଲୋକଙ୍କ ପାଇଁ ନିହାତି ଆବଶ୍ୟକ ବାସ ଏଠିକାର ବାସିନ୍ଦାଙ୍କ ପାଇଁ ନିଜସ୍ୱ ନୁହଁ କାରଣ ଏଠାକାର ଲୋକଙ୍କ ନିଜସ୍ୱ ପଟ୍ଟା ନାହିଁ । ଗତ ୬ ବର୍ଷ ହେଲା ଭୁବନ୍ଦୋବସ୍ତ କରି ପଟ୍ଟା ପ୍ରଦାନ କରିବା ପାଇଁ ସରକାରୀ କଳ ସତେ ଯେମିତି ଅଟକି ଯାଇଛି। ଆସିକା ବାସିନ୍ଦା ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ୨୦୧୨ ରେ ଜମି କିଣା ବିକା  ଆଇନ ରେ ପରିବର୍ତ୍ତନ ହେବା ପରେ ପଟ୍ଟା ନଥିବା କାରଣ ରୁ ଆସିକା ର ବହୁ ରାଜସ୍ୱ ଅଂଚଳ ରେ ଜମି କିଣା ବିକା ଠପ ହୋଇଥିଲା।ପରେ ପୁଣି ଭୁବନ୍ଦୋବସ୍ତ ପାଇଁ ପାଞ୍ଚ ଟି ରାଜସ୍ୱ ଗ୍ରାମ ର ପଟ୍ଟା ପ୍ରଦାନ ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା। ଏବେ ପୁଣି ଦୁଇଟି ରାଜସ୍ୱ ଗ୍ରାମ ଲଛମନ ପଲ୍ଲୀ ଓ ଲାଲା ଶାସନ ମଧ୍ୟ ସାମିଲ ହେବାରୁ ସମ୍ପୂର୍ଣ ଆସିକା ଏବେ ଭୁବନ୍ଦୋବସ୍ତ ର ନିୟମ ରେ ଅଟକି ଯାଇଛି।ଆସିକା  ତହସିଲ ଅନ୍ତର୍ଗତ ଆସିକା ଏନ.ଏ.ସି ର ନରସିଂହ ପଲ୍ଲୀ, ସୁନାମ୍ବ, ଖମ୍ବେଶ୍ୱରୀ ପାଟଣା,ପାକେଲା ପଲ୍ଲୀ,ଆସିକା ମୌଜା ର ବାସିନ୍ଦା ଏବେ ପଟ୍ଟା ପାଇଁ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ୨୦୧୭ ରୁ ଆସିକା ଏନ.ଏ.ସି ର ପାଞ୍ଚ ଟି ମୌଜାର ବନ୍ଦୋବସ୍ତ କାର୍ଯ୍ୟ ଆରମ୍ଭ ହୋଇ କଚ୍ଛପ ଗତିରେ ଆଜି ପର୍ଯ୍ୟନ୍ତ ଚାଲିଛି। ସରକାରୀ କଳ ର ଉଦାସୀନତା କାରଣରୁ  ଏହି କାମ ଏଭଳି ଚାଲିଛି ଯେ ଭୁବନ୍ଦୋବସ୍ତ କାର୍ଯ୍ୟ କେବେ ଶେଷ ହେବ କହିବା କଷ୍ଟକର। ପାଠ ପଢା, ମେଡିକାଲ ଚିକିତ୍ସା, ଗୃହ ନିର୍ମାଣ ପାଇଁ ଋଣ କିମ୍ବା କୌଣସି ଅତିଆଵଶ୍ୟକ କ୍ଷେତ୍ର ରେ ନିଜର ଗୃହ କିମ୍ବା ଜାଗା କୁ ବିକ୍ରି କରିବା କିମ୍ବା ବ୍ୟାଙ୍କ ରେ ଋଣ ଆଦି ପାଇଁ ଲୋକ ନୟାନ୍ତ ହେଲେଣି। ଦୀର୍ଘ ସାତ ବର୍ଷ ମଧ୍ୟରେ ଭୁ ବନ୍ଦୋବସ୍ତ ର ୧୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇନାହିଁ। ଏହି କାର୍ଯ୍ୟ ଶେଷ ହେବାପାଇଁ କାହା ନିର୍ଦ୍ଧେଶ କୁ ଆପେକ୍ଷା କିମ୍ୱା କାହିଁକି କରାଯାଉ ନାହିଁ ତାହା ପ୍ରଶ୍ନବାଚୀ। ଲୋକଙ୍କ ସମସ୍ୟା କୁ ନେଇ ବହୁ ବାର ବିଧାନସଭା ରେ ଆସିକା ର ଭୁ ବନ୍ଦୋବସ୍ତ ନେଇ ପ୍ରଶ୍ନ ଉଠିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏଭଳି ସ୍ଥିତି ରେ ଆସିକା ସହରର ଭୁ ବନ୍ଦୋବସ୍ତ ଶୀଘ୍ର ଶେଷ କରିବା ପାଇଁ ବହୁ ବାର  ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ତହସିଲଦାର ଙ୍କୁ ଦାବି ପତ୍ର କରାଯାଇଛି। ଲୋକେ ଦୀର୍ଘ ବର୍ଷ ହେଲା ଜମିପଟ୍ଟା ପାଇଁ ନିଜର ଘର ଜମି ଥାଇ ମଧ୍ୟ ଅନାଥ ଭଳି ଜୀବନ ବିତାଉଥିବା ଦେଖଗିବାକୁ ମିଳୁଛି। ନବୀନ ପଟ୍ଟନାୟକ ଏଠାରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ମଧ୍ୟ ଏଠାରେ କାର ଲୋକଙ୍କୁ ଆଜି ସୁଦ୍ଧା ସାଧରଣ ପଟ୍ଟା ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆସିକା କେବଳ ରାଜନୈତିକ କ୍ଷେତ୍ରରେ ଚର୍ଚ୍ଚା ରେ ସୀମିତ ଥିବା ବେଳେ ନିର୍ବାଚିତ ହୋଇ ଯାଇଥିବା ନେତା ମାନେ ରାଜଧାନୀକୁଯିବା ପରେ ଆସିକା କୁ ଭୁଲିଯାଉଥିବା ନଜିର ରହିଛି। ଆସିକା ବାସୀଙ୍କ ଦୀର୍ଘ ଦିନର ଦାବୀ ମଧ୍ୟରେ ରହିଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପୌରପାଳିକା ଘୋଷଣା ସାଙ୍ଗକୁ ସମସ୍ତ ଗୃହ କୁ ପଟ୍ଟାଦେବା ପାଇଁ ଦାବୀ ହୋଇ ଆସୁଛି। ଆସିକା ବାସୀଙ୍କ ଏହି ଦାବୀ ଯଦି ପୂରଣ ନ ହୁଏ ତାହା ହେଲେ ଆଗକୁ ଥିବା ନିର୍ବାଚନ ରେ ଶାସକ ଦଳକୁ ପୁଣି ଗଡ଼ ଦଖଲ କରିବା ଏତେ ସହଜ ହେବନାହିଁ ବୋଲି ସାଧରଣ ରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.