ଭାଇ ରୁ ନେତା ହୋଇ ଟିକେଟ ଲବିରେ ଥିବା ଭାଇ ମାନଙ୍କୁ ଜାତୀୟ ସୁରକ୍ଷା ଆଇନ ଭୟ ଘାରିଛି….!

ଦୁର୍ଦ୍ଧାନ୍ତ ଅପରାଧୀ ସୁଲତାନ କୁ ଜାତୀୟ ସୁରକ୍ଷା ଆଇନ ଲାଗିବାପରେ,…..


ଵ୍ରହ୍ମପୁର: ୨୦-୨ ଗଞ୍ଜାମ ଜିଲ୍ଲାର ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଭାଇ ରୁ ନେତା ହୋଇଛନ୍ତି। ଏବେ ଆଗାମୀ ସାଧରଣ ନିର୍ବାଚନ ରେ ବିଭିନ୍ନ ରାଜନୈତିକ ଦଳରେ ସମ୍ପୃକ୍ତ ରହିବା ପରେ ଟିକେଟ ଲବି କରି ଗୋଦି ମିଡ଼ିଆ ରେ ଚର୍ଚ୍ଚା ରେ ରହି ଆସିଛନ୍ତି। ହେଲେ ବହୁଦିନ ହେଲା ରାଜନୈତିକ ଦଳ ମାନଙ୍କ ସହ ଜଡିତ ରହି ବାହୁବଳୀ ରେ କମେଇଥିବା ଅର୍ଥକୁ ଖର୍ଚ୍ଚ କରି ନେତା ହୋଇଥିବା ଭାଇ ମାନେ ମନେ ମନେ ଲଡୁ ଖାଉଥିଲେ ଟିକେଟ ଖଣ୍ଡେ ହତେଇବେ ବୋଲି। ଆଗାମୀ ସାଧରଣ ନିର୍ବାଚନ ସାଧରଣ ନିର୍ବାଚନରେ ଟିକେଟ ପାଇ ନିଜର ଭାବ ମୂର୍ତ୍ତି କୁ ଲୁଚାଇବା ପାଇଁ ସଭା ସମିତି ରେ ପାଣିଭଳି ଅର୍ଥ ଖର୍ଚ୍ଚ କରୁଥିବାର ନଜିର ରହିଛି। ଆସିକା ଅଞ୍ଚଳର ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲ ନାହାକ ଓରଫ ସୁଲତାନ କୁ ପ୍ରଥମେ ଗିରଫ ପରେ ଜାତୀୟ ସୁରକ୍ଷା ଆଇନ ଲାଗୁ ହେଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାର ଅନ୍ୟ ୯ରୁ ଉର୍ଦ୍ଧ ଭାଇରୁ ନେତା ଓ ରାଜନୈତିକ ଦଳ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ନାମରେ ଜାତୀୟ ସୁରକ୍ଷା ଆଇନ ରେ ଗିରଫ କରିବାକୁ ଯୋଜନା ସମ୍ପର୍କ ରେ ଠୋସ ମିଳିବା ପରେ ଏହି ଭାଇ ମାନେ ସୁନା ପିଲା ଭଳି ନିଜ ଅଞ୍ଚଳ ରୁ ଅଣ୍ଡାରଗ୍ରାଉଣ୍ଡ ହୋଇ ଯାଇଥିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲା ପୋଲିସ ସ୍କାନର ରେ ଥିବା ଭାଇ ମାନେ ସେମାନଙ୍କ ନାମରେ ଥିବା ପୁରୁଣା ମାମଲା କୁ ରଫାଦଫା କରି ପୁଣି ମଇଦାନକୁ ଆସିବାକୁ ଭୁବନେଶ୍ୱର ଓ କଟକ ରେ ଡେରା ପକେଇଥିବା ଏବେ ଜିଲ୍ଲାର କୋଣ ଅନୁକୋଣରେ ଚର୍ଚ୍ଚା ହେଲାଣି। ସୁଲତାନ ଗିରଫ ହେବା ପରେ ତାର ଅନ୍ୟ ସହଯୋଗୀ ମାନେ ପ୍ରମାଦ ଗଣିବା ସହ ରାଜ୍ୟ ବାହାରକୁ ଚାଲିଯାଇଥିବା ନେଇ ମଧ୍ଯ ଚର୍ଚ୍ଚା ହେଉଛି। ନିର୍ବାଚନକୁ ଆଖି ଆଗରେ ରଖି ସୁଲତାନ ଗିରଫ ପରେ ଗଞ୍ଜାମ ପୋଲିସ ଏବେ ଆକ୍ସନ ମୁଡ଼ରେ ଥିବା ଜଣାପଡିଛି।

nis-ad
Leave A Reply

Your email address will not be published.