ଚାକିରି ଦେବା ନାଁରେ ଠକେଇ, ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଚାକିରି ଦେବା ନାଁରେ ଠକେଇ, ୩ ଗିରଫ । ବିଶାଖାପାଟଣାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ । ଅଭିଯୁକ୍ତଙ୍କୁ ଠାରୁ ୯୨ଟି ପାସପୋର୍ଟ, ୨୦ଟି ଟୁରିଷ୍ଟ ଭିସା ଜବତ ହୋଇଛି । କେନିଆରେ ଚାକିରି କରାଇଦେବାକୁ କହି ଖଲ୍ଲିକୋଟ ସହ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣଙ୍କ ଠାରୁ ପାସପୋର୍ଟ ସହ ୯ ଲକ୍ଷ ୭୦ ହଜାର ଟଙ୍କା ଲୁଟିଥିଲେ ଅଭିଯୁକ୍ତ । କେନିଆର ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରାଇଦେବା ସହ ମାସକୁ ୫୦ ହଜାର ଟଙ୍କା ଲୋଭ ଦେଖାଇଥିଲେ । ପରବର୍ତ୍ତୀ ସମୟରେ ନିଯୁକ୍ତି ଭିସା ପରିବର୍ତ୍ତେ ଟୁରିଷ୍ଟ ଭିସା ପ୍ରଦାନ କରିଥିଲେ ଅଭିଯୁକ୍ତ । ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ । ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସି.ଏଚ.ମୋହନ ରେଡ଼ିଙ୍କ ସମେତ ତିନି ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଅନ୍ୟ କୌଣସି ମାମଲା ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲିଛି।

nis-ad
Leave A Reply

Your email address will not be published.