ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସ୍ଥାନୀୟ କରୋନେସନ ପଡ଼ିଆରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ସମ୍ବଦ୍ଧନା ଉତ୍ସବ-୨୦୨୪ ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଉପ-ବାଚସ୍ପତି, ଓଡ଼ିଶା ବିଧାନସଭା ସାଲୁଗା ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବର୍ଗର ଲୋକମାନଙ୍କ ପାଇଁ କୌଣସି ନା କୌଣସି ଯୋଜନା କରିଛନ୍ତି। ସାମଗ୍ରିକ ବିକାଶ ପାଇଁ ଯେଉଁଭଳି ପ୍ରୟାସ ଜାରି ରଖିଛନ୍ତି ତାହା କନ୍ଧମାଳ ବାସୀ ଜାଣିଛନ୍ତି । ଯେଉଁ ଛାତ୍ରଛାତ୍ରୀମାନଙ୍କ ଉପରେ ସେମାନଙ୍କର ପରିବାର, ରାଜ୍ୟ, ଦେଶ କିଛି ଆଶା କରିଥାଏ ସେହିମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ । ଶିକ୍ଷା ପୁରସ୍କାର ପ୍ରଦାନ କରି କରିବା ସହିତ ସମ୍ବର୍ଦ୍ଧନା କରାଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏହା ଏକ ନିଆରା ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଥିଲେ l ଏହି ବୟସରେ ପିଲା ମାନେ ଯାହା ଚାହିଁବେ ତାକୁ କାର୍ଯ୍ୟରେ ଦେଖାଇ ଦେବେ l ଆଉ ଏହି ସମୟକୁ ନଷ୍ଟ କରୁଥିବା ପିଲାମାନଙ୍କ ଜୀବନ ଭବିଷ୍ୟତରେ ଅବହେଳିତହୋଇଯିବାର ଅଧିକ ସମ୍ଭାବନା ଥାଏ ବୋଲି ସେ କହିଥିଲେ । ସମ୍ମାନୀତ ଅତିଥିଭାବେ ଯୋଗଦେଇ ମାନ୍ୟବର ସାଂସଦ ଡଃ . ଅଚ୍ୟୁତ ସାମନ୍ତ କହିଲେ, ନୂଆ ଓଡ଼ିଶା ନବୀନ ଓଡ଼ିଶା ସେତେବେଳେ ଗଢ଼ିହେବ ଯେତେବେଳେ ଏହି ପିଲାମାନେ ନିଜେ ନିଜକୁ ଗଢ଼ିପାରିବେ । ସବୁରି ମୂଳରେ ଶିକ୍ଷାର ଆବ ବଶ୍ୟକତା ରହିଛି । ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସେଥୁପାଇଁ ପ୍ରୋତ୍ସାହନ ଦିଆଯାଉଛି l ଯେଉଁଥି
ପାଇଁକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚିନ୍ତଧାରା । ପ୍ରଚେଷ୍ଟାକୁ ଆମେ ସାଧୁବାଦ ଜଣାଇବା ବା ସହିତ କୃତଜ୍ଞତା ଜ୍ଞାପନ କରୁଛୁ । ଅନୁନ୍ନତ କନ୍ଧମାଳ ଜିଲ୍ଲା ଆଜି ଏକ ଉନ୍ନତ ଜିଲ୍ଲାରେ ପରିଣତ ହୋଇପାରିଛି। ସେହିପରି, ଅଧ୍ୟକ୍ଷ,ସ୍ବତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳ ରଦନ ମଲ୍ଲିକ ପିଲାମାନଙ୍କ ପାଠପଢ଼ା ସହିତ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପକୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ । ତାଙ୍କର ଏହି ମହତ୍ ଉଦ୍ଦେଶ୍ୟକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟରେ ପରିଣତ କରୁଛନ୍ତି । କାରଣ ଶିକ୍ଷା ଉପରେ ପିଲାମାନଙ୍କର ଭବିଷ୍ୟତ ନିର୍ଭର କରୁଛି ଓ ସବୁ ସମୟରେ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମଲ୍ଲିକ କହିଥିଲେ। ସେହିପରି ବିଧାୟକ, ଫୁଲବାଣୀ ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରଚେଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ । ମାନନୀୟ ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କନ୍ଧମାଳ ସୁଶ୍ରୀ ନନ୍ଦିନୀ ମଲ୍ଲିକ କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଏହା ଏକ ଭଲ ପଦକ୍ଷେପ। ପୁରସ୍କାର ପାଇଥିବା ଏହି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବେ ବୋଲି କହିଥିଲେ। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ଏହି ସମ୍ବର୍ଦ୍ଧନା ଉତ୍ସବରେ ସଭାପତି ଭାବେ ଯୋଗଦେଇ କହିଲେ, ୫ ଟି ଉଚ୍ଚ ବିଦ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୂପାନ୍ତରୀକରଣ ରାଜ୍ୟ ସରକାରଙ୍କର ନିଜସ୍ଵ ଯୋଜନା। ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ, ଆଲୁମିନି ସର୍ବୋପରି ସ୍ଥାନୀୟ ଜନ ପ୍ରତିନିଧିମାନଙ୍କର ବିଶେଷ ସହଯୋଗ ରହିଛି । ରୁପାନ୍ତରୀକରଣ ଫଳରେ ଭିତ୍ତିଭୁମୀରେ ଉନ୍ନତି ଆସିବା ସହିତ ଗୁଣବତ୍ଥା ଶିକ୍ଷା ପ୍ରଦାନରେ ସୁଧାର ଆସିଛି। ସେଥିପାଇଁ ଜିଲ୍ଲାର ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଏହାର ଶ୍ରେୟ ଦିଆଯିବ। କାରଣ ବିଭିନ୍ନ ଅସୁବିଧା ସତ୍ତ୍ଵେବି ସେମାନେ ଏଭଳି ଶିକ୍ଷା ପ୍ରଦାନ କରିପାରିଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରିଛନ୍ତି ବୋଲି ପାଟିଲ୍ କହିଥିଲେ। । ସମଗ୍ର ରାଜ୍ୟରେ ଏହିଭଳି ଉତ୍ସବ ପାଳନରେ ପ୍ରାୟ ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ପଡ଼ିଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । କନ୍ଧମାଳ ଜିଲ୍ଲାର ପ୍ରାୟ ରାଜ୍ୟ ସ୍ତରରେ ୭ ଜଣ, ଜିଲ୍ଲା ସ୍ତରରେ ୧୧୪ ଜଣ ଏବଂ ବ୍ଲକ୍ ସ୍ତରରେ ୧୭୪୩ଜଣ ଏହିପରି ସମୁଦାୟ ୧୩ ପ୍ରକାରର ପୁରସ୍କାର ପାଇଁ ସମୁଦାୟ ୧ ହଜାର ୮୬୪ ଜଣ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ପରେ ପରେ କୋମଳ ଗାନ୍ଧାର, ଫୁଲବାଣୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା
ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।