ଝିଅ ବାହାଘର ଦିନ ବାପାର ଆତ୍ମହତ୍ୟା

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।‌ ରବିବାର ଝିଅ ବାହାଘର ପାଇଁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଚାଲିଥିବା ବେଳେ କନ୍ୟା ପିତା ଜଣଙ୍କ ଗ୍ରାମ ନିକଟସ୍ଥ ଏକ ମୁଗ କିଆରିରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ସୁରେନ୍ଦ୍ର ନାୟକ (୭୨) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୭/୨୪ରେ ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ବୃଦ୍ଧ ଜଣଙ୍କ ଗତ ୨ ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧଙ୍କ ସନ୍ଧାନ ମିଳିନଥିଲା। ଅନ୍ୟପକ୍ଷରେ ଝିଅ ବାହାଘର ପାଇଁ ପରିବାର ଲୋକେ ବ୍ୟସ୍ତ ଥିବାରୁ ଘଟଣା ପ୍ରତି ଗୁରୁତ୍ବ ଦେଇନଥିଲେ। ରବିବାର ସକାଳେ ଗ୍ରାମର କିଛି ଲୋକେ ଗ୍ରାମ ନିକଟସ୍ଥ ଏକ ମୁଗ କିଆରିରେ ବୃଦ୍ଧଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ସଦସ୍ୟ ଓ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ ।

nis-ad
Leave A Reply

Your email address will not be published.