‘ଦାବି ପୂରଣ ନହେବା ଯାଏଁ ହଟିବୁନି, ଆଣିଛୁ ୬ ମାସର ରାସନ’

ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଙ୍ଗଠନ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ ହୋଇଛି। ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ମାଡି ଆସୁଛନ୍ତି। ୨୫୦୦ ଟ୍ରାକ୍ଟର ରାଲି କରି ହରିଆଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଙ୍ଗଠନ ବିକ୍ଷୋଭ କରିବାକୁ ରାଜଧାନୀ ଅଭିମୁଖେ ବାହାରିଛନ୍ତି। ଏହାରି ଭିତରେ ପଞ୍ଜାବ ସୀମା ପାର୍‌ କରିଥିବା ସୂଚନା ମିଳିଛି।
ଦିଲ୍ଲୀରେ ଏକଜୁଟ ହୋଇ ବଡ଼ ଧରଣ ପ୍ରଦର୍ଶନ କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି । ଏଥିପାଇଁ ସେମାନେ ସାଙ୍ଗାରେ ୬ ମାସର ରାସନ ଧରି ଆସିଥିବା କହିଛନ୍ତି। କେବଳ ସେତିକି ନୁହେଁ ପେଟ୍ରୋଲ ଡିଜେଲ ମଧ୍ୟ ଆଣିଥିବା ସୂଚନା ମିଳିଛି। ଏଥିସହ ନିଜ ସାଙ୍ଗରେ ସାମେନ ଆକଶ୍ୟକୀୟ ସାମଗ୍ରୀ ମଧ୍ୟ ଆଣିଛନ୍ତି। ଦାବି ପୂରଣ ନ ହେବା ଯାଏ ହଟିବୁ ନାହିଁ ବୋଲି କୃଷକମାନେ କହିଛନ୍ତି। ଏଥିରୁ ଅନୁମାନ କରାଯାଉଛି ଯେ, କୃଷକମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିବାକୁ ଯୋଜନା କରିଛନ୍ତି।
ଗତକାଲି ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହୋଇଛି। ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ଅଡିବସିବାରୁ ବୈଠକ ଫେଲ ମାରିଥିବା ସୂଚନା ମିଳିଛି।
ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି ଦାବି ରଖିଛନ୍ତି।
ପୂର୍ବରୁ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ସମୟରେ ହୋଇଥିବା ସମସ୍ୟାକୁ ଆଖିରେ ରଖି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର। ଆଲୋଚନା ଜରିଆରେ ସରକାର ସମାଧାନ କରାଯିବ ବୋଲି କହୁଥିବା ବେଳେ ଦିଲ୍ଲୀ ପୁଲିସ ବିଭିନ୍ନ ସୀମା ସିଲ କରିବା ସହ କଡା କଟକଣା ଜାରି କରିଛି।

nis-ad
Leave A Reply

Your email address will not be published.