ନିଶା ମାଫିଆଙ୍କୁ ଗୋଡେଇ ଗୋଡେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ୍

ଭୁବନେଶ୍ୱର : ଫିଲ୍ମ ଷ୍ଟାଇଲରେ ପୋଲିସ୍ ଅପରାଧୀ ମୁହାଁମୁହିଁ  । ନିଶା ମାଫିଆଙ୍କୁ ଗୋଡେଇ ଗୋଡେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ୍ । ପିତାପଲ୍ଲୀରୁ ପାହାଳ ଯାଏଁ ଚାଲିଲା ପୋଲିସ୍ ମାଫିଆ ଚକାପଞ୍ଝା । ଦାମୀ ଗାଡ଼ିରେ ମାଫିଆ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ । ଖବର ପାଇ ସ୍ପେଶାଲ କ୍ରାଇମ ୟୁନିଟ୍ କଲା ଚଢ଼ାଉ । ଗାଡିରୁ ଜବତ ହେଲା ୩ ଶହ କେଜି ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା । ୩ ଅଭିଯୁକ୍ତଙ୍କୁ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ୍ ।

nis-ad
Leave A Reply

Your email address will not be published.